www.samajalive.in
Sunday, December 14, 2025
16.1 C
Bhubaneswar

ହ୍ବାଟ୍ସଆପରେ ଫଟୋ- ପେଟିଏମରେ ପେମେଣ୍ଟ: ଇଞ୍ଜିନିୟର ଚଳାଉଥିଲେ ଦେହ ବ୍ୟବସାୟ ରାକେଟ

ପାଟନା: କରୋନା ସ୍ଥିତିକୁ ଦେଖି ଦଲାଲମାନେ ସୋସିଆଲ ମିଡ଼ିଆକୁ ଦେହ ବ୍ୟବସାୟର ମାଧ୍ୟମ ଭାବରେ ବାଛିଛନ୍ତି । ପାଟନାର ଜଣେ ମେକାନିକାଲ ଇଞ୍ଜିନିଅରଙ୍କ ସହ ୪ ଜଣ ଗିରଫ ହେବା ପରେ ଏ ସମ୍ପର୍କରେ ଗୁମର ଖୋଲିଛି । ଗିରଫ ଅଭିଯୁକ୍ତ ଫେସବୁକ, ଇନଷ୍ଟାଗ୍ରାମ, ହ୍ବାଟଆପ ଜରିଆରେ ଗ୍ରାହକମାନଙ୍କ ସହ ସମ୍ପର୍କ କରୁଥିଲେ ଓ ସେମାନଙ୍କୁ ହ୍ବାଟ୍ସଆପରେ ଯୁବତୀମାନଙ୍କ ଫଟୋ ପଠାଉଥିଲେ । କଥାବାର୍ତା ଛିଡ଼ିବା ପରେ ପେଟିଏମ୍, ଗୁଗୁଲ ପେ, ଫୋନ ପେ’ ଜରିଆରେ ଟଙ୍କା ନିଆଯାଉଥିଲା ଓ ହୋଟେଲ ଠିକ୍ କରି ସେଠାକୁ ଯୁବତୀମାନଙ୍କୁ ପଠାଇ ଦିଆଯାଉଥିଲା । ପାଟନା ପୁଲିସ ଏକ ହୋଟେଲରେ ଚଢ଼ଉ କରି ୩ ଯୁବତୀଙ୍କୁ ଠାବ କରିବା ପରେ ଏହି ବ୍ୟବସାୟର ରହସ୍ୟ ଫିଟିଥିଲା ।

ସୂଚନା ଅନୁସାରେ ପାଟନାର ଏସଏସପି ଉପେନ୍ଦ୍ର କୁମାର ଶର୍ମାଙ୍କୁ ଏ ସମ୍ପର୍କରେ କୌଣସ ଅଜ୍ଞାତ ବ୍ୟକ୍ତି ସୂଚନା ଦେଇଥିଲା ଓ ହୋଟେଲରେ ଦେହ କାରବାର ଚାଲିଥିବା କହିଥିଲା । ତାଙ୍କ ଆଦେଶକ୍ରମେ କିଦୱାଇପୁରୀର ଏକ ଅତିଥିଶାଳାରେ ପୁଲିସ ଚଢ଼ଉ ପରେ କେତେଜଣ ଯୁବକଯୁବତୀ ଧରା ପଡ଼ିଥିଲେ । ଏହି ଦେହ ବ୍ୟବସାୟର ମୁଖ୍ୟ ଥିଲେ ଜଣେ ମେକାନିକାଲ ଇଞ୍ଜିନିଅର । ପୁଲିସ ତାଙ୍କ ମୋବାଇଲ ଯାଞ୍ଚ କରିବା ପରେ ଏ ସମ୍ପର୍କରେ ସମସ୍ତ ସୂଚନା ମିଳିଥିଲା ।

- Advertisement -

ଆଲୋକ ତାଙ୍କ ପରିବାର ଲୋକଙ୍କୁ ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା କହୁଥିଲେ । ମାତ୍ର ବାସ୍ତବରେ ସେ କଲକତାରୁ ଝିଅମାନଙ୍କୁ ଡ଼କାଇ ଦେହ ବ୍ୟବସାୟରେ ଲଗାଉଥିଲେ । ତାଙ୍କଠାରୁ ସୂଚନା ପାଇବା ପରେ ପୁଲିସ ବୋରିଂ ରୋଡ଼, ବୃଦ୍ଧା କଲୋନୀ, କଙ୍କଡ଼ବାଗ, ପତ୍ରକାର ନଗର ସହ ବିଭିନ୍ନ ଅଞ୍ଚଳ ଚଢ଼ଉ କରିଥିଲା । ଏହି ଅବସରରେ କେତେଜଣ ଦଲାଲ, ଯୁବତୀ ଓ ଗ୍ରାହକ ମଧ୍ୟ ଧରା ପଡ଼ିଥିଲେ । ଥାନା ଅଧିକାରୀ ରାମଶଙ୍କର ସିଂହ କହିଛନ୍ତି ଯେ ଫେସବୁକ୍ ଓ ଇନଷ୍ଟାଗ୍ରାମ ଜରିଆରେ ଏମାନେ ଗ୍ରାହକଙ୍କୁ ଖୋଜୁଥିଲେ ଓ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ । ଏହାପରେ ସେମାନଙ୍କ ନିକଟକୁ ହ୍ବାଟସଆପରେ ଯୁବତୀମାନଙ୍କ ଫଟୋ ପଠାଉଥିଲେ । ଯୁବତୀ ପସନ୍ଦ ହୋଇଯିବା ପରେ ଗ୍ରାହକଙ୍କୁ ପେଟିଏମ୍ ଓ ଗୁଗୁଲ ପେ ଆଦି ଜରିଆରେ ଟଙ୍କା ଦେବାକୁ କହୁଥିଲେ । ଟଙ୍କା ମିଳିବା ପରେ ସେମାନଙ୍କୁ ପୁଣି ହ୍ବାଟ୍ସଆପରେ ହୋଟେଲର ଠିକଣା ଓ ରୁମ୍ ନମ୍ବର, ସମୟ ଆଦି ପଠାଇ ଦିଆଯାଉଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories