www.samajalive.in
Wednesday, December 10, 2025
23.1 C
Bhubaneswar

ମଧୁମେହ ରୋଗୀମାନେ ଏହି ଦିଗ ପ୍ରତି ଧ୍ୟାନ ରଖନ୍ତୁ

ମଧୁମେହ ରୋଗୀଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଖାଦ୍ୟପେୟର ସଠିକ ଧ୍ୟାନ ନରଖିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ମାତ୍ର ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିବା ନିହାତି ଆବଶ୍ୟକ। ନଚେନ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବର୍ତ୍ତମାନ ସମୟରେ ଭୁଲ ଖାଦ୍ୟପେୟ ହେତୁ ମଧୁମେହ ରୋଗୀଙ୍କ ପାଇଁ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ। ଜାଣନ୍ତୁ ମଧୁମେହ ରୋଗୀମାନେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ….
– ମଧୁମେହ ରୋଗୀମାନେ ଜଙ୍କ ଫୁଡ଼ କିମ୍ବା ବଜାରରେ ଛଣାଛଣି ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। ଅତି ବେଶୀରେ ମାସକୁ ଥରେ କିମ୍ବା୨ଥର ଏହାକୁ ଖାଇପାରିବେ। ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ।
ପ୍ରତିଦିନ ସବୁଜ ପନିପରିବା ଖାଆନ୍ତୁ। ବ୍ୟାୟାମ କରନ୍ତୁ।
ମଧୁମେହ ରୋଗୀ ମାନେ ପ୍ରୋଟିନ ଯୁକ୍ତ ଖାଦ୍ୟର ଅଧିକ ସେବନ କରିବା ଉଚିତ। ନିଜ ଖାଦ୍ୟରେ ହାଲକା ଓ କମ ତେଲ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। କାର୍ବୋହାଇଡ଼୍ରେଡ଼ ଓ ଫ୍ୟାଟ ଯୁକ୍ତ ଖାଦ୍ୟ କମ ଖାଆନ୍ତୁ।
ଏହାସହ ଅନ୍ୟକେତକ ଖାଦ୍ୟ ରହିଛି ଯାହାକୁ ମଧୁମେହ ରୋଗୀମାନେ ସେବନ କରିବା ଉଚିତ ନୁହେଁ….
କିସମିସ, ତରଭୂଜ, ଆଳୁ, ଆମ୍ବ, ଚିକୁ ଫଳ, କ୍ରିମ ଜାତୀୟ ଜିନିଷ।

 

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories