www.samajalive.in
Friday, December 12, 2025
16.1 C
Bhubaneswar

ମୌସୁମିର ସ୍ପର୍ଶରେ ପାସ୍ତାର ମଜା

ଇଟାଲୀର ଲୋକପ୍ରିୟ ଖାଦ୍ୟ ଭାବେ ଜଣାଯାଉଥିବା ‘ପାସ୍ତା’ର ଆଦର ଏବେ ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ବଢ଼ିଚାଲିଛି। ବିଭିନ୍ନ ଦେଶରେ ଏହା ଭିନ୍ନଭିନ୍ନ ସ୍ବାଦରେ ଲୋକେ ରାନ୍ଧିଥାନ୍ତି। ଆମ ଭାରତରେ ଏହାକୁ ଦେଶୀ ପାସ୍ତା ଭାବେ ମଧ୍ୟ ପ୍ରସ୍ତୁତ କରାଯାଏ। ପାସ୍ତାର ବିଭିନ୍ନ ସ୍ବାଦ ମଧ୍ୟରୁ ଅଧିକାଂଶଙ୍କ ପ୍ରିୟ ହେଉଛି ‘ହ୍ବାଇଟ୍ ସସ୍ ପାସ୍ତା’। ବର୍ଷାଦିନିଆ ସନ୍ଧ୍ୟା କିମ୍ବା ରାତ୍ରିଭୋଜନ ପାଇଁ ଏହା ଏକ ସୁଆଦିଆ ବ୍ୟଞ୍ଜନ। ରେସ୍ତାରାଁରୁ ବରାଦ୍ କରିବା ପରିବର୍ତ୍ତେ ବରଂ ଘରେ ଏହାକୁ ତିଆରି କରି ସପରିବାର ଖାଆନ୍ତୁ। ହ୍ବାଇଟ୍ ସସ୍ ପାସ୍ତା ନିମନ୍ତେ ଆବଶ୍ୟକ ସାମଗ୍ରୀ: ପାସ୍ତା ୧ କପ୍, ଖିର ୨ କପ୍, ମିକ୍ସଡ୍‌ ହର୍ବସ୍ (ବଜାରରେ ଓ ଅନ୍-ଲାଇନ୍‌ରେ ଉପଲବ୍ଧ), ଲୁଣ, ତେଲ ୨ ଚାମଚ, ରସୁଣ-୧ଚାମଚ ଚୂନାଚୂନା କଟା, କର୍ଣ୍ଣ ଫ୍ଲାୱାର- ୧ଚାମଚ
ପ୍ରସ୍ତୁତି: ପ୍ରଥମେ ସସ୍ ପ୍ୟାନ୍‌‌ରେ ୧କପ୍ ପାଣିକୁ ଭଲରେ ଫୁଟାନ୍ତୁ। ସେଥିରେ ଲୁଣ ଓ ପାସ୍ତାକୁ ଏକତ୍ର ପକାଇବେ। ୫-୭ ମିନିଟ୍ ପାସ୍ତା ନରମ ହେବା ପର୍ଯ୍ୟନ୍ତ ଚୁଲାରେ ପ୍ୟାନ୍ ବସାଇବେ। ଏବେ ପାସ୍ତାକୁ ଛାଣି ଥଣ୍ଡା ପାଣିରେ ପୁନର୍ବାର ଧୋଇନେବେ। ଚୁଲାରେ କଡେଇ ବସାଇ ତେଲ ଗରମ କରିବେ। କଟାରସୁଣକୁ ଏଥର ପକାଇ ହାଲକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ୧ ବଡ଼ ଚାମଚ କର୍ଣ୍ଣ ଫ୍ଲାୱାର୍ ମିଶାଇ ସଙ୍ଗେସଙ୍ଗେ ମିଶାଇବେ। ସାମାନ୍ୟ ଭାଜି ହେବା ପରେ ଖିର ୨କପ୍ ପକାଇବେ। ଖିର ଗାଢା ହେବା ମାତ୍ରେ ସିଝା ହୋଇଥିବା ପାସ୍ତାକୁ କଡେଇରେ ପକାନ୍ତୁ। ୨-୩ ମିନିଟ୍ ପରେ ପାସ୍ତା ଓ ଖିର ମିଶ୍ରଣରୁ ବାସ୍ନା ଆସିବା ପରେ ଚୁଲା ବନ୍ଦ କରି ପାସ୍ତାକୁ ପାତ୍ରରେ ବାହାର କରିବେ। ଏବେ ବିଭିନ୍ନ ସୁଆଦର ହର୍ବସ୍‌ ଏହା ଉପରେ ପକାଇ ସପରିବାର ସାନ୍ଧ୍ୟ ଭୋଜନ ଖାଇବାର ମଜା ନିଅନ୍ତୁ। ଏସବୁ ଇଟାଲୀୟ ବ୍ୟଞ୍ଜନରେ ଲୁଣର ପ୍ରୟୋଗ ଖୁବ୍ କମ୍ ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories