www.samajalive.in
Saturday, December 13, 2025
26.1 C
Bhubaneswar

ରାଜି ନାହାନ୍ତି ରିଚା

ସିରିୟସ୍ କମେଡି ଚରିତ୍ରକୁ ପରଦା ଉପରେ ଚମତ୍କାର ଭାବେ ପ୍ରଦର୍ଶନ କରିଥାନ୍ତି ଅଭିନେତ୍ରୀ ରିଚା ଚଢ଼ା। ‘ଫୁକ୍‌ରେ’ ଓ ‘ଫୁକ୍‌ରେ-୨’ ଚଳଚ୍ଚିତ୍ର ହିଁ ତାଙ୍କ ଦମ୍‌ଦାର୍ ଅଭିନୟର ପରିଚୟ। ଏହାର ସୁଟିଂ ସମୟରେ ହିଁ ଏଥିରେ କାମ କରୁଥିବା ଅନ୍ୟ ଜଣେ ଅଭିନେତା ଅଲୀ ଫଜଲ୍‌ଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ମନ ମିଶିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ସେମାନଙ୍କ ସମ୍ପର୍କକୁ ଲୁଚାଇନଥିଲେ ବରଂ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଅନେକଥର କହିଛନ୍ତି। ଏପ୍ରିଲ୍‌ ଶେଷ ସପ୍ତାହରେ ଗୋଆ କିମ୍ବା ଗ୍ରୀସ୍‌ରେ ସେମାନେ ଡେଷ୍ଟିନେସନ୍ ୱେଡିଂର ବିବାହ ଯୋଜନା କରିଥିଲେ। ହେଲେ କରୋନା ମହାମାରୀର ଲକ୍‌-ଡାଉନ୍ କାରଣରୁ ବିବାହକୁ ସ୍ଥଗିତ ରଖାଯାଇଥିଲା। ଅଲୀଙ୍କ ମା’ ମଧ୍ୟ କିଛି ମାସ ତଳେ ଦୁରାରୋଗ୍ୟରେ ପ୍ରାଣ ହରାଇଛନ୍ତି। ରିଚା ନିକଟରେ ଏକ ସାକ୍ଷାତକାର୍‌ରେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିବାହ ପାଇଁ ସେ ଆଦୌ ରାଜିନାହାନ୍ତି। କରୋନା ମହାମାରୀ ନିମନ୍ତେ ଭ୍ୟାକସିନ୍‌ ବାହାରିବା ପର୍ଯ୍ୟନ୍ତ ସେ ଓ ଅଲୀ ଅପେକ୍ଷା କରିବେ। ଏହା ପରେ ଦୁହେଁ ବିଚାର କରି ବିବାହ ନିମନ୍ତେ ଯୋଜନା କରିବେ ବୋଲି ରିଚା କହିଛନ୍ତି। ଅନ୍ୟ ପାଖେ ଦୁହେଁ ଏବେ ନିଜ ବକେୟା କାମର ସୁଟିଂ ମଧ୍ୟ ଆରମ୍ଭ କରିଥିବାର ପ୍ରକାଶ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories