www.samajalive.in
Saturday, December 13, 2025
26.1 C
Bhubaneswar

ରାଙ୍କିରେଡ୍ଡୀଙ୍କ ସହ ୩ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାଙ୍କୁ କରୋନା

ହାଇଦରାବାଦ : ଭାରତୀୟ ଯୁବ ବ୍ୟାଡ୍‍ମିଣ୍ଟନ ତାରକା ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ସହ ଚଳିତବର୍ଷ ୩ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଚଳିତବର୍ଷ ୭ଟି ବିଭାଗରେ ୭୪ଜଣ ପୁରସ୍କୃତ ହେବେ। ତେବେ ଭର୍ଚୁଆଲ୍‌ ଫ୍ଲାଟଫର୍ମରେ ଅନୁଷ୍ଠିତ ହେବାକୁ ଥିବା ଏହି ପୁରସ୍କାର ବିତରଣ ଉତ୍ସବରେ ୬୫ଜଣ ଯୋଗ ଦେବେ ବୋଲି ସାଇ ତରଫରୁ ସ୍ପଷ୍ଟ କରି ଦିଆଯାଇଛି।
ସୂଚନାଥାଉକି ହାଇଦରାବାଦରେ ଏବେ ଚାଲିଥିବା ଜାତୀୟ ବ୍ୟାଡ୍‍ମିଣ୍ଟନ ଶିବିରରେ ଯୋଗଦେବା ପୂର୍ବରୁ ରାଙ୍କିରେଡ୍ଡୀ ୨ ଥର ତାଙ୍କର କେଭିଡ୍‍-୧୯ ପରୀକ୍ଷା କରାଇଥିଲେ। ରାଙ୍କିରେଡ୍ଡୀଙ୍କର ଉଭୟ ପରୀକ୍ଷାର ରିପୋର୍ଟ ପଜିଟିଭ୍‍ ଆସିଛି। ବ୍ୟାଡ୍‍ମିଣ୍ଟନରେ ଡବଲ୍‍ସ ବିଶେଷଜ୍ଞ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଏହି ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ଜାତୀୟ କ୍ରୀଡ଼ାଦିବସ ଅଗଷ୍ଟ ୨୯ରେ ହାଇଦରାବାଦରେ ଭର୍ଚୁଆଲ୍‍ ବା ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ହେବାର ଅଛି। କରୋନା ସଂକ୍ରମିତ ହୋଇଥିବାରୁ ଏଥିରେ ମଧ୍ୟ ରାଙ୍କିରେଡ୍ଡୀ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି।
ଗତ ସପ୍ତାହରେ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ କୋଭିଡ୍‍ ସଂକ୍ରମଣ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ଆଣ୍ଟିଜେନ୍‍ ପରୀକ୍ଷା କରାଇଥିଲେ। ଏହାର ରିପୋର୍ଟ ପଜିଟିଭ୍‍ ଆସିବା ପରେ ସେ ଭର୍ଚୁଆଲ୍‍ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବରେ ଯୋଗ ଦେବେନାହିଁ ବୋଲି ଜଣାଇ ଦେଇଥିଲେ। ପରେ ସେ ତାଙ୍କର ଆର୍‍ଟି-ପିସିଆର୍‍ ପରୀକ୍ଷା କରାଇଥିଲେ। ଏହାର ରିପୋର୍ଟ ମଧ୍ୟ ପଜିଟିଭ୍‍ ଆସିଛି। ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଫଳରେ ରାଙ୍କିରେଡ୍ଡୀ ଏବେ ଆନ୍ଧ୍ରପ୍ରଦେଶର ଅମଲାପୁରମ୍‍ଠାରେ ନିଜ ଘରେ ସଂଗରୋଧରେ ରହିଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଛନ୍ତି। ଅର୍ଜୁନ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗ ଦେଇ ପାରୁନଥିବାରୁ ସେ ବହୁତ ଦୁଃଖପ୍ରକାଶ କରିଛନ୍ତି। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ତାଙ୍କ ଡବଲ୍‍ସ ଯୋଡ଼ି ଚିରାଗ ସେଟ୍ଟି ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶିବିରର ୩ୟ ବ୍ୟକ୍ତି ଭାବେ ରାଙ୍କିରେଡ୍ଡୀ କରୋନା ସଂକ୍ରମିତ ହୋଇଥିଲେ। ପୂର୍ବରୁ ଏନ୍‍. ସିକ୍କି ରେଡ୍ଡୀ ଓ ଫିଜିଓ କିରଣ କରୋନା ସଂକ୍ରମିତ ହୋଇଥିଲେ। ସୁସ୍ଥହେବା ପରେ ଦୁହେଁ ଶିବିରରେ ଯୋଗ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories