ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀ ମୃତ, ୫୦ ଆହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ସୋପିଆନା ଜିଲାରେ ମଙ୍ଗଳବାର ଏକ ଉଗ୍ରବିକ୍ଷୋଭକାରୀଙ୍କ ଦଳ ଉପରକୁ ସୁରକ୍ଷା କର୍ମୀ ଗୁଳି ମାଡ଼ କରିଛନ୍ତି। ଏଥିରେ ଜାମ୍ମୁ କାଶ୍ମୀରର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବେଳେ ପାଖାପାଖି ୫୦ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସୋପିଆନାରେ କୁନ୍ଦାଲାନଠାରେ ସୁରକ୍ଷା କର୍ମୀମାନେ ଏକ ତଲାସୀ ଅଭିଯାନ ଚଲାଇଥିବାବେଳେ ସେଠାରେ ଲୁଚି ରହିଥିବା ଦୁଇ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଏନକାଉଣ୍ଟରସ୍ଥଳରେ ଅନେକ ଲୋକ ଏକାଠି ହୋଇ ସୁରକ୍ଷା କର୍ମୀଙ୍କ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ। ବାଧ୍ୟ ହୋଇ ସୁରକ୍ଷା କର୍ମୀଙ୍କୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିବାକୁ ପଡ଼ିଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ପାଖାପାଖି ୫୦ ଲୋକ ଆହତ ହୋଇଛନ୍ତି। ଉଲ୍ଲେଖ ଯେ ସୋମବାର କୁପୱାଡ଼ା ଜିଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ମଙ୍ଗଳବାରକୁ ମିଶାଇ ଦୁଇ ଦିନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।

Leave A Reply