www.samajalive.in
Tuesday, December 9, 2025
23.1 C
Bhubaneswar

ରକ୍ତ ଅଭାବ କାଳରେ ରକ୍ତଦାନ ସର୍ବଶ୍ରେଷ୍ଠ ସେବା

ଆଠଗଡ: ଆଠଗଡ ନଗର ବିଜୁ ଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ପକ୍ଷରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠଠାରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲଗାଣ ବର୍ଷା ସତ୍ବେ ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଫଳରେ ଏହି ଶିବିରରେ ୨୦୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି ଶିବିରରେ କଟକ ଶ୍ରୀ ରାମଚନ୍ଦ୍ର ମେଡିକାଲ କଲେଜ ରକ୍ତ ଭଣ୍ଡାର ଡାକ୍ତରୀ ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା।

ଆଠଗଡ ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ ଓ ଏନଏସି ସଭାପତି ଶିଶିର ପ୍ରସାଦ ମାନସିଂହ ଏହି ରକ୍ତଦାନ ଶିବିରକୁ ଉଦ୍‍ଘାଟନ କରିଥିଲେ। ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ଆବାହକ ରାକେଶ ଦାଶ ଓ ସଂଯୋଜକ ପ୍ରଦୀପ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ, ରାଜା ବିଶ୍ୱନାଥ ଦେବବର୍ମା ଓ ଡଃ ରାଧାନାଥ ରଥଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କରୋନା ଯୋଗୁଁ ଏବେ ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ ଧିମେଇ ଯାଇଥିବାରୁ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି ଅଭାବ କାଳରେ ରକ୍ତଦାନ ବାସ୍ତବିକ ଏକ ସର୍ବଶ୍ରେଷ୍ଠ ଦାନ ଏବଂ ଅତ୍ୟନ୍ତ ମହତ କାର୍ୟ୍ୟ ବୋଲି ଶ୍ରୀ ସ୍ୱାଇଁ ମତପ୍ରକାଶ କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିସହିତ ଏହି ରକ୍ତର ଅଭାବ ସମୟରେ ଏବଂ ଲଘୁଚାପଜନିତ ଲଗାଣ ବର୍ଷାକୁ ଖାତିର ନକରି ରକ୍ତଦାନ କରିବାକୁ ଆସିଥିବା ସ୍ୱେଚ୍ଛାସେବୀ ଯୁବକ/ଯୁବତୀ ଓ ଆୟୋଜକମାନେ ଧନ୍ୟବାଦର ପାତ୍ର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

- Advertisement -

ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ରଞ୍ଜନ କୁମାର ଜେନା ଯୁବନେତା ପ୍ରକାଶ ରାଉତ, ଲକ୍ଷ୍ମୀନାରାୟଣ ଭଞ୍ଜ, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁ, ନଗର ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତା, ପୂର୍ବତନ ନଗରପାଳ ଲଳିତ ମୋହନ ନାୟକ, ସମବାୟବିତ୍‍ ଲଳିତେନ୍ଦୁ ସେନାପତି, ପୂର୍ବତନ କାଉନସିଲର ରୁଦ୍ରନାରାୟଣ ମହାନ୍ତି, ଶିବ ଶଙ୍କର ଜେନା, ସୁଷମା ପରିଡା, ସୁଧାଂଶୁ ଶେଖର ଦଳାଇ, ସୁଚିତ୍ରା ବେହେରା, ପ୍ରକାଶ ବେହେରା, ଯୁବନେତା ଜ୍ୟୋତିରଞ୍ଜନ ପ୍ରଧାନ, ଅଜୟ ବେହେରା, ଲିଟନ ଭକ୍ତା, ଜଗବନ୍ଧୁ ବେହେରା ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories