www.samajalive.in
Sunday, December 7, 2025
26.1 C
Bhubaneswar

ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭୂମଧ୍ୟସାଗର ବ୍ୟତୀତ ସାରା ବିଶ୍ୱରେ ହ୍ରାସ ପାଉଛି କରୋନା ପ୍ରଭାବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ସୂଚନା ଅନୁଯାୟୀ କରୋନା ମହାମାରୀରେ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୋଟ ମୃତ୍ୟୁର ୬୨ ପ୍ରତିଶତ କେବଳ ଆମେରିକାରେ ଘଟିଥିବା କୁହାଯାଇଛି। ଏକ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ୨୩.୬୫ ମିଲିୟନରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ୮ ଲକ୍ଷ 11 ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଅଗଷ୍ଟ ୨୩ ସୁଦ୍ଧା ୧.୭ ନିୟୁତରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୩୯ ହଜାର ନୂଆ ମୃତ୍ୟୁ ହୋଇଛି ଯାହା ପୂର୍ବ ତୁଳନାରେ ସଂକ୍ରମଣରେ ୪% ହ୍ରାସ ଏବଂ ମୃତ୍ୟୁ ସଂଖ୍ୟାରେ ୧୨% ହ୍ରାସ ହୋଇଥିବା ଜଣାପଡିଛି। ଦ୍ୱିତୀୟ ପ୍ରଭାବିତ ଅଞ୍ଚଳ ଦକ୍ଷିଣ-ପୂର୍ବ ଏସିଆରେ ୨୮% ନୂଆ ସଂକ୍ରମଣ ଏବଂ ୧୫% ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଯଦିଓ ଭାରତରେ ସଂକ୍ରମଣ ବୃଦ୍ଧି ପାଉଛି, କିନ୍ତୁ ନେପାଳରେ ଅଧିକ ସଂଖ୍ୟାରେ ସଂକ୍ରମଣ ବୃଦ୍ଧି ପାଉଛି।

- Advertisement -

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ସଂକ୍ରମଣ ମାମଲା ୪% ବୃଦ୍ଧି ପାଇଥିବା ବେଳେ ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଛି ବୋଲି ହୁ କହିଛି। ପୂର୍ବ ସପ୍ତାହ ତୁଳନାରେ ଲେବାନନ୍, ଟ୍ୟୁନିସିଆ ଏବଂ ଜୋର୍ଡାନରେ ସର୍ବାଧିକ ସଂକ୍ରମଣ ଘଟିଥିବା ରିପୋର୍ଟରେ କୁହାଯାଇଛି। ଗତ ସପ୍ତାହରେ ଆଲଜେରିଆ, କେନିଆ, ଘାନା, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ହ୍ରାସ ପାଇଥିବାରୁ ଆଫ୍ରିକାରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ୮% ଏବଂ ୧୧% ହ୍ରାସ ପାଇଛି।

ସେହିପରି ୟୁରୋପୀୟ ଅଞ୍ଚଳରେ ଗତ ତିନି ସପ୍ତାହ ମଧ୍ୟରେ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିବା ବେଳେ ଜାପାନ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଚୀନ୍ ଏବଂ ଭିଏତନାମରେ ସଂକ୍ରମଣ ସଂଖ୍ୟା ୫% ହ୍ରାସ ପାଇଛି। ତେବେ ଦକ୍ଷିଣ କୋରିଆରେ ଧାର୍ମିକ ସମାବେଶ ହେତୁ ସଂକ୍ରମଣ ମାମଲା ୧୮୦ ପ୍ରତିଶତ ବୃଦ୍ଧି ପାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories