www.samajalive.in
Sunday, December 7, 2025
14.1 C
Bhubaneswar

ହାତୀଙ୍କ ମୁହଁରେ ଆଖୁଫସଲ

ଗୁରୁଡିଝାଟିଆ: ଲଗାଣ ବର୍ଷାକୁ ଖାତିର ନକରି ଭୋକିଲା ହାତୀପଲ ନାରଙ୍ଗବସ୍ତ ଗ୍ରାମର ହୋଇଥିବା ଆଖୁଫସଲକୁ ଖାଇ ଉଜାଡି ଦେଇଛନ୍ତି। ଗତକାଲି ରାତିରେ ହାତୀପଲ ପ୍ରଶାନ୍ତ ପ୍ରତିହାରୀ ଓ ପ୍ରଶାନ୍ତ କୁମାର ରାଉତ ଙ୍କ ବିଲରେ ପଶି ବ୍ୟାପକ ମାତ୍ରାରେ ଆଖୁ ଫସଲ ଖାଇବା ସହିତ ଉଜାଡି ଦେଇଥିଲେ। କୃଷକମାନେ ରାତି ୨ଟା ପର୍ୟ୍ୟନ୍ତ ବର୍ଷାରେ ହାତୀ ଘଉଡାଇଥିଲେ। ହେଲେ ଭୋକିଲା ହାତୀ ଭୃକ୍ଷେପ ନକରି ଖାଇଯାଇଥିଲେ। ହାତୀ ଜଗିବା ପାଇଁ ବନକର୍ମଚାରୀ ଓ ପାରା ଷ୍ଟାଫମାନଙ୍କ ଉପରେ କୃଷକମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଗତକାଲି ବନ ବିଭାଗର କର୍ମଚାରୀମାନେ ହାତୀ ଆସିବା ସମୟରେ କୃଷକମାନଙ୍କୁ ସହଯୋଗ କରିନଥିଲେ। ବରଂ ରାସ୍ତା ଉପରେ ବସିରହିଥିଲେ। ଆମେ ବର୍ଷାରେ ଓଦା ହୋଇ ଯାଇପାରିବୁ ନାହିଁ ବୋଲି କେତେକ ହାତୀ ଜଗୁଆଳି କୃଷକମାନଙ୍କୁ କହିଥିବାର କ୍ଷତିଗ୍ରସ୍ତ ଆଖୁଚାଷୀ ମତପ୍ରକାଶ କରିଥିଲେ। ପ୍ରାୟ ୧ ଏକର ଜମିର ଆଖୁଫସଲକୁ ହାତୀପଲ ଖାଇଦେଇଛନ୍ତି। ଏଥିସହିତ ବହୁ କୃଷକଙ୍କ ଧାନ ଫସଲ ମଧ୍ୟ ଉଜାଡି ଦେଇଛନ୍ତି। ନାରଙ୍ଗବସ୍ତ ଗ୍ରାମର କେତେକ କୃଷକ ସମ୍ମିଳିତ ହୋଇ ପ୍ରାୟ ୪୦ ରୁ ୫୦ ଏକର ଆଖୁଫସଲ କରିଛନ୍ତି। ଆଖୁ ମଧ୍ୟ ବହୁତ ଭଲ ହୋଇଥିଲା। ହେଲେ ହାତୀ ମୁହଁରେ ଆଖୁଫସଲ ଲାଗିଥିବାରୁ ଚିନ୍ତାରେ ଅଛନ୍ତି କୃଷକମାନେ। ଖୁଣ୍ଟୁଣୀ ବନକର୍ମଚାରୀ ଓ ହାତୀଜଗୁଆଳୀମାନେ ସହଯୋଗ ନକରିବା ସଂପର୍କରେ କ୍ଷତିଗ୍ରସ୍ତ କୃଷକମାନେ ଆଜି ଅପରାହ୍ନରେ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତାଲେଙ୍କାଙ୍କୁ ଭେଟି ମୌଖିକ ଭାବରେ ଅଭିଯୋଗ କରିଛନ୍ତି। ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ହାତୀଜଗୁଆଳି ଓ କର୍ମଚାୀମାନେ ସନ୍ଧ୍ୟାରୁ ନାରଙ୍ଗବସ୍ତଠାରେ କୃଷକମାନଙ୍କ ସହିତ ଉପସ୍ଥିତ ଅଛନ୍ତି। ଏପରିକି କୃଷକମାନଙ୍କୁ ବନଖଣ୍ଡ ଅଧିକାରୀ ଆଜି ଓ ଗତକାଲି ଦୁଇଦିନ ଭିତରେ ୫ଟି ଟର୍ଚ୍ଚ ପ୍ରଦାନ କରିଛନ୍ତି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories