www.samajalive.in
Sunday, December 7, 2025
14.1 C
Bhubaneswar

କୋଭିଡ଼ ହସ୍ପିଟାଲକୁ ଗଲେ ୨୩ ଜଣ କରୋନା ଆକ୍ରାନ୍ତ

ତିଗିରିଆ: ଗଦାଧରପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂଗୃହିତ ୧୮୫ଜଣଙ୍କ ସ୍ୱାବର ଆଣ୍ଟିଜେନ ପରୀକ୍ଷାରେ ୩୩ଜଣଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଚିହ୍ନଟ କରାଯାଇ କୋଭିଡ଼ ହସ୍ପିଟାଲକୁ ପଠାଇବାରେ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି। ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ବିଶ୍ୱ ବିକାଶ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀ ମନମୋହନ ଦାସ ଏବଂ ତ୍ରିଲୋଚନ ବାରିକ ଗାଁକୁ ଗାଁ ବୁଲି ସମ୍ପୃକ୍ତ ଅଞ୍ଚଳର ଆଶା, ଅଙ୍ଗନବାଡ଼ି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି କୋଭିଡ଼ ହସ୍ପିଟାଲକୁ ପଠାଇଛନ୍ତି।

ରିପୋର୍ଟ ଲେଖାହେବା ସୁଦ୍ଧା ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ସାନନାଉପୁଟରୁ ଜଣେ, କଳିବିରରୁ ୫, ମାନପୁରରୁ ୭, ରଘୁରାମପୁରରୁ ୪, ହରିଶରଣପୁରରୁ ୩ ଏବଂ ଅନ୍ୟ ପଞ୍ଚାୟତ ଅଚଳକୋଟରୁ ୩ଜଣ ଏହିପରି ୨୩ଜଣଙ୍କୁ ମାଧବପୁରସ୍ଥିତ ଜିମ୍‍ସାର କୋଭିଡ଼ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ବାରିକଙ୍କ ଠାରୁ ପ୍ରକାଶ। ଏହି କାର୍ୟ୍ୟରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଦିଲ୍ଲୀପ କୁମାର ପଣ୍ଡା, କାଳିଚରଣ ଦାସ, ମଞୁଳା ଦେଇ, ଶାସ୍ୱତୀ ସେଠ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories