www.samajalive.in
Saturday, December 6, 2025
16.1 C
Bhubaneswar

ରେଙ୍ଗାଲପାଲି ଗ୍ରାମରେ ୮ କରୋନା ଆକ୍ରାନ୍ତ ଚିହ୍ନଟ; ରେଙ୍ଗାଲପାଲି ପଞ୍ଚାୟତ ୭୨ଘଣ୍ଟା ସଟଡାଉନ

ମୁଖୀଗୁଡ଼ା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପଞ୍ଚାୟତର ରେଙ୍ଗାଲପାଲି ଗ୍ରାମରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ସଂଧ୍ୟା ୬ଟା ଠାରୁ ୭୨ଘଣ୍ଟା ପର୍ୟ୍ୟନ୍ତ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ରେଙ୍ଗାଲପାଲି ସରପଞ୍ଚ। ଏଥିସହ ରେଙ୍ଗାଲପାଲି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନର ୩ କି.ମି ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି ।

ଏହି ଜୋନର କୋୖଣସି ବ୍ୟକ୍ତି ଅନ୍ୟ ସ୍ଥାନକୁ ଯାଇ ପାରିବେ ନାହିଁ ଏବଂ ଏହି ଜୋନକୁ କୌଣସି ବ୍ୟକ୍ତି ପ୍ରବେଶ କରି ପାରିବେ ନାହିଁ । ସମସ୍ତ ପ୍ରକାର ଦୋକାନ ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଗ୍ରାମପଞ୍ଚାୟତ ତରଫରୁ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ନିୟମ ଖିଲାପ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜି ରେଙ୍ଗାଲପାଲିଠାରେ ୭୦ଜଣଙ୍କର ଟେଷ୍ଟ କରା ଯାଇଥିଲା, ସେଥି ମଧ୍ୟରୁ ୮ଜଣ କରୋନା ପଜିଟିଭ ଛିନ୍ନଟ ହୋଇ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories