www.samajalive.in
Saturday, December 6, 2025
23.1 C
Bhubaneswar

ଭାଙ୍ଗିଲା ମାଣତ୍ରୀ କୁଣ୍ଡିବନ୍ଧ; ଚାଷଜମି କ୍ଷତିଗ୍ରସ୍ତ

ବଡ଼ସାହି: ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଙ୍ଗାହାର ନଦୀରେ ବନ୍ୟାଜଳ କୂଳଲଂଘନ କରିଥିବା ବେଳେ ଶାଖା ଜଳାଶୟ ମାଣତ୍ରୀ କୁଣ୍ଡିବନ୍ଧ ଭାଙ୍ଗିଯାଇଛି। ଫଳରେ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବନ୍ଧ ତଳେ ଥିବା ମାଣତ୍ରୀ, ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ପାଖାପାଖି ୧୫ଟି ଗ୍ରାମର ଚାଷୀଙ୍କ ଚାଷଜମି ଜଳମଗ୍ନ ହୋଇଛି।ନିକଟରେ ତଳିରୁଆ ସାରି ବଛାବଛି ସାଙ୍ଗକୁ ସାର ପ୍ରୟୋଗ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ମାଣତ୍ରୀ ଶୈବପୀଠର ଏହି କୁଣ୍ଡି ବନ୍ଧ ଐତିହାସିକ ବନ୍ଧ। ସ୍ୱୟଂଭୂ ବାବା କଖାରୁଆ ବୈଦନାଥ ଆର୍ବିଭାବ ପରେ ଗଙ୍ଗାହାର ନଦୀ ତାର ଦିଗ ପରିବର୍ତ୍ତନ କରିଥିଲା। ଦେଉଳିଆ ପଞ୍ଚାୟତରୁ ଏହି ନଦୀ ପଟିସାରୀ ଓ ଭୀମିଦା ହୋଇ ମାନଗୋବିନ୍ଦପୁର ପଞ୍ଚାୟତରେ ପୂର୍ବ ଶଯ୍ୟାରେ ମିଶିଥିଲା। ତେବେ ସେହିଦିନରୁ ମୁଖ୍ୟ ନଦୀ(ଏବେ ଲୁପ୍ତ ପ୍ରାୟ ଶାଖା) କୁଣ୍ଡି ଭାବରେ ପରିଚିତ। କେବଳ ବନ୍ୟା ସମୟରେ ନଦୀର ଉଦବୃତ୍ତ ଜଳ ଦେଉଳିଆ ନିକଟରୁ କୂଳଲଂଘନ କରି ପୂର୍ବଭଳି କୁଣ୍ଡିରେ ପ୍ରବାହିତ ହୋଇଥାଏ। ଜଳସେଚନ ବିଭାଗ ପକ୍ଷରୁ ବାରମ୍ବାର ମାଣତ୍ରୀ ମନ୍ଦିର ନିକଟରେ ବନ୍ଧ ବାନ୍ଧି ଜଳକୁ ସବୁଦିନିଆ ସଂରକ୍ଷଣ ବ୍ୟବସ୍ଥା କରି ଅଧିକ ଜଳ ନିଷ୍କାସନ ସୁବିଧା କରାଯାଉଛି। ତେବେ ସ୍ୱଳ୍ପ ବ୍ୟୟବରାଦ ପାଇଁ ପ୍ରକଳ୍ପ ପାଇଁ ପୂର୍ଣ୍ଣାଙ୍ଗ ରୂପ ନନେଇ ଏଭଳି କ୍ଷତି ଘଟାଉଛି। ଯାହାକି ସମସ୍ୟାର ସ୍ଥାୟ ସମାଧାନ ପରିବର୍ତ୍ତେ ସରକାରୀ ଅର୍ଥ ପାଣିରେ ପଡୁଛି। ୧୭ଶହ ବର୍ଷର ପୂରାତନ ମନ୍ଦିର ପାଇଁ ଜଳାଶୟରେ ଜଳ ସଂରକ୍ଷଣ ଯେତିକି ଜରୁରୀ। ନିର୍ଭରଶୀଳ ସେବାୟତ କୁଣ୍ଡି ଜଳରେ ଜାଗିରି ଜମି ଚାଷ କରି ପରିବାର ଚଳାଇବା ସହିତ ଦେବତ୍ତୋର ବିଭାଗକୁ ଉପାର୍ଜିତ ଧାନ ପ୍ରଦାନ କରିଥାନ୍ତି। ତେବେ ଜଳସେଚନ ବିଭାଗର ଅଦୂରଦର୍ଶୀ କାର୍ୟ୍ୟ ପାଇଁ ସେମାନେ ପ୍ରତି ୨ବର୍ଷରେ ଉପରୋକ୍ତ ଅଘଟଣ ଜନିତ କ୍ଷତି ସହୁଛନ୍ତି। ଆଗାମ ଦିନରେ ବନ୍ଧପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରା ନଗଲେ ସମସ୍ତ ସେବାୟତ ଜଳସେଚନ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ମାନସ ରଞ୍ଜନ ପଣ୍ଡା, ଅନନ୍ତ ଦାଶ, ଶଶୀଶେଖର ପଣ୍ଡା, ଦେବାଶୀଷ ରଞ୍ଜନ ଦାଶ, ସୁରେଶ ଚନ୍ଦ୍ର ପତି, ସଞ୍ଜୟ କର, ନରୋତ୍ତମ ରଣା, ଭାନୁଶଙ୍କର ପଣ୍ଡା, ସଞ୍ଜୟ ପଣ୍ଡା ଓ ହରିନାରାୟଣ ପତି ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories