www.samajalive.in
Saturday, December 6, 2025
23.1 C
Bhubaneswar

ଲଘୁଚାପ ବର୍ଷା: ବ୍ୟାପକ ଚାଷ ଜମୀ ଜଳମଗ୍ନ, ଚିନ୍ତାରେ ଚାଷୀ

ବାଙ୍କୀ: ଲଘୁଚାପ ବର୍ଷାରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ଶାଖା ନଦୀ ରଣ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି ବିଲିପଡା, ଗୋପାଳପୁର, ଢଁସର, ଦୁଲଣାପୁର, ତାଳବସ୍ତ, ଶିମିଳିପୁର, ହରିରାଜପୁର ଓ ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳର ବ୍ୟାପକ ଚାଷ ଜମୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଶହ ଶହ ହେକ୍ଟର ଖରିପ୍‍ ଧାନ ଚାଷ ପାଣିରେ ବୁଡି ରହିଛି। ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡା ପଞ୍ଚାୟତର ପ୍ରାୟ ୯୦ଭାଗ ଚାଷ ଜମୀରେ ୪ରୁ ୫ଫୁଟ ପାଣି ଜମି ରହିଛି। ସେହିପରି ୮ଦିନ ହେବ ବିଲିପଡା ଓ ତାଳବସ୍ତ ମୁଖ୍ୟ ରାସ୍ତାରେ ୩ଫୁଟରୁ ୪ଫୁଟ ପାଣି ରହିଥିବାରୁ ଏ ଅଞ୍ଚଳର ଗମନା ଗମନ ବାଧାପ୍ରାପ୍ତ ହୋଇଛି। ରଣନଦୀ ଅବବାହିକା ଅଞ୍ଚଳର ଧାନ ଚାଷ ପଚିସଢି ଯାଇଥିଲା ବେଳେ ଢିପ ଜମୀରେ ବାହାରିଥିବା ଧାନ ଏବେ ନଷ୍ଟ ହେଲାଣି। ଜଳ ବିହୂନେ ବର୍ଷା ପୂର୍ବରୁ ମରୁଡି ଆଶଙ୍କାରେ ଥିବା ଚାଷୀ ଏବେ ଜଳ ବହୁଳେ ରଣ ନଦୀର ବନ୍ୟା ଜଳ ଓ ଲଘୁଚାପ ବର୍ଷାରେ ଚାଷୀର ବହୁ କ୍ଷତି ହୋଇଥିବା ଜଣାପଡ଼ିଛି। ରଣ ନଦୀର ବନ୍ୟା ଓ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଅଞ୍ଚଳର ସ୍ଥିତ ସମ୍ପର୍କରେ ବାଙ୍କୀ ଜିଲ୍ଲା କୃଷି ଅଧିକାରୀ କୈଳାସ ସାମନ୍ତରାୟଙ୍କୁ ପଚାରିବାରୁ ବାଙ୍କୀ ବ୍ଲକରେ ୧୦୦ହେକ୍ଟର ଏବଂ ଡମପଡା ବ୍ଲକରେ ୩୦୨ହେକ୍ଟର ଖରିଫ୍‍ ଧାନ ଚାଷ ଜମୀରେ ବର୍ଷା ଓ ବନ୍ୟାଜଳ ମାଡିଯାଇଥିବା ସମ୍ପର୍କରେ ଉଭୟ ବ୍ଲକର କୃଷି ସୂଚନା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିବା ପ୍ରକାଶ କରିଛନ୍ତି। ପ୍ରଭାବରେ ପନିପରିବା ଚାଷ ଉଜୁଡୁଥିବାରୁ ବାଙ୍କୀ ବଜାରରେ ପନିପରିବାର ଅଭାବ ହେତୁ ଦରଦାମ ବୃଦ୍ଧିରେ ଖାଉଟୀ ହନ୍ତଶନ୍ତ ହେଉଛନ୍ତି। ପାଣିପାଗ ବିଭାଗର ସୂଚନା କ୍ରମରେ ବର୍ଷା ଲାଗିରହିଥିବାରୁ ଅଞ୍ଚଳର କ୍ଷତିର ପରିମାଣ ଅଧିକ ବଢିବା ସୂଚନା ଦେଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories