www.samajalive.in
Wednesday, December 10, 2025
23.1 C
Bhubaneswar

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା ; ଏନଆଇଏ ଦାଖଲ କଲା ୫ ହଜାର ପୃଷ୍ଠାର ଚାର୍ଜସିଟ

ନୂଆଦିଲ୍ଲୀ : ୨୦୧୯ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଙ୍ଗଳବାର ନିଜର ଚାର୍ଜସିଟ ଦାଖଲ କରିଛି। ପ୍ରାୟ ୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର, ତା ଭାଇ ଅବଦୁଲ ରୌଫ ଅସଗରକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଛି। ପାକିସ୍ତାନ ପ୍ରାୟୋଜିତ ଏହି ଆକ୍ରମଣକୁ କେମିତି ଯୋଜନା କରାଯାଇଥିଳା ଓ କେମିତି କାର୍ଯ୍ୟକାରୀ ହୋଇଥିଲା ଚାର୍ଜସିଟରେ ବିସ୍ତୃତ ତଥ୍ୟ ରହିଛି ।

ଏଥିରେ ମଧ୍ୟ ମୃତ ଆତଙ୍କବାଦୀ ଉମର ଫାରୁକ ଓ ଆତ୍ମଘାତି ଆତଙ୍କବାଦୀ ଆଦିଲ ଅହମ୍ମଦ ଦରକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି । ପୁଲଓ୍ଵାମା ଆକ୍ରମଣ ପରେ ଗିରଫ ହୋଇଥିବା ୬ ଜଣଙ୍କୁ ମଧ୍ୟ ଏହି ଆକ୍ରମଣରେ ସଂପୃକ୍ତି ଥିବା ଦର୍ଶାଯାଇଛି ।

- Advertisement -

ଏନଆଇଏ ପକ୍ଷରୁ ଦାଖଲ ଏହି ଚାର୍ଜସିଟରେ ଆତଙ୍କବାଦୀଙ୍କ ଟେଲିଫୋନ କଲ ବିବରଣୀ, ଫୋରେନସିକ ତଥ୍ୟକୁ ପ୍ରମାଣ ଭାବେ ଦର୍ଶାଯାଇଛି । ଏହି ଆକ୍ରମଣ ପାଇଁ ଖଣି ଅଞ୍ଚଳରୁ ବିସ୍ଫୋରକ ସଂଗ୍ରହ କରାଯାଇଥିଲା ବୋଲି ଏନଆଇଏ କହିଛି ।

ସୂଚନାଯୋଗ୍ୟ ଗତ ବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଯାଇଥିଲେ। ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories