www.samajalive.in
Wednesday, December 10, 2025
23.1 C
Bhubaneswar

ବେଆଇନ୍ ମଦ ଭାଟିରେ ପୁଲିସ୍ ପକ୍ଷରୁ ଚଢ଼ାଉ: ୬୦ ଲିଟର ମହୁଲି ମଦ ଜବତ, ୩ ଗିରଫ

ଫୁଲବାଣୀ, : କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପୁଲିସ ତରଫରୁ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ଘଟଣାସ୍ଥଳରୁ ୧୨୦କେଜି ମହୁଲ ପୋଚ ନଷ୍ଟ କରିବାସହ ୬୦ ଲିଟର ମହୁଲି ମଦ ଜବତ କରିଛି। ସାରଙ୍ଗଡ଼ ପୁଲିସ ଘଟଣାରେ ସଂପୃକ୍ତ ୨ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ସାରଙ୍ଗଡ଼ ପୁଲିସ।
କରୋନାକୁ ନେଇ ଲୋକେ ଆତଙ୍କିତ ଥିବାବେଳେ କିଛି ଅସାମାଜିକ ଲୋକେ ଦେଶୀମଦ ରନ୍ଧା ଓ ବିକ୍ରି କରିବାରେ ଲାଗିପଡଡ଼ିଛନ୍ତି। ପୂର୍ବ ସୂଚନା ପ୍ରକାରେ ଆଜି ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କିଡୋ ନିଜ ଟିମ୍ ସହ ବେଆଇନ୍ ମଦ ଭାଟିରେ ଅଚାନକ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୬୦ ଲିଟର ରନ୍ଧା ମହୁଲି ମଦ ଜବତ ସହ ୧୨୦କେଜି ପୋଚ ପୁଲିସ ପକ୍ଷରୁ ନଷ୍ଟ କରାଯାଇଛି। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ କୁମୁଦିନୀ ବେହେରା ଓ ଗୋପିନାଥ ନାୟକ ଗୁଡ୍ରିପଡ଼ି ଅଞ୍ଚଳର ହୋଇଥିବାବେଳେ ଯଶୋଦା ନାୟକ ପାଡାଙ୍ଗି ଅଞ୍ଚଳର ହୋଇଥିବା ପୁଲିସ ତରଫରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହିଭଳି ବେଆଇନ ମଦ କାରବାରକୁ ପ୍ରଶୟ ଦିଆଯିବ ନାହିଁ ଏବଂ ଆଗାମୀ ଦିନରେ ଅଞ୍ଚଳରେ ଏହିଭଳି ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାରଙ୍ଗଡ଼ ପୁଲିସ ପ୍ରଶାସନ ପ୍ରକାଶ କରିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories