ବଲାଙ୍ଗିର: ବିପିଏସ୍ ପ୍ରଡକ୍ସନର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍ ଫଏସଲା’ ମୁକ୍ତିଲାଭ କରିଛି। ବିଶିଷ୍ଟ ନାଟ୍ୟକାର ଜଗଦାନନ୍ଦ ଛୁରିଆ ଏହାର କାହାଣୀ ରଚନା କରିଥିବା ବେଳେ ଏହାକୁ ଦୈତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଏସ୍ ସରୋଜ କୁମାର ଓ ବିନୋଦ କୁମାର କାଲସାଏ। ଏଥିରେ ବରିଷ୍ଠ କଳାକାର କପିଳେଶ୍ୱର ଖମାରୀ, ହିମାଂଶୁ ଖମାରୀ, ଅଶୋକ ମିଶ୍ର, ଲଲିତ ଫୁଜାରୀ, ଗୋବିନ୍ଦ ଭୋଇ, ଯୁବ ସାମ୍ବାଦିକ ତଥା ନାଟ୍ୟ କଳାକାର ମୁକେଶ ବହିଦାର, ଶୁଭମ ସାହୁ, ସର୍ମିଷ୍ଠା ଦୋରା, ଅଷ୍ଟମୀ ନାଗ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ପ୍ରଯୋଜନା ଦାୟିତ୍ୱ ରବି ଖମାରୀ ଏବଂ ସହ ପ୍ରଯୋଜକ ଭାବେ ଗୋବିନ୍ଦଚନ୍ଦ୍ର ଶତପଥୀ ଦାୟିତ୍ୱ ନିର୍ବାହ କରିଛନ୍ତି। ଏସପି ଫଟୋଗ୍ରାଫୀର କ୍ୟାମେରାମ୍ୟାନ ଶଶି, ସଂଗ୍ରାମ ଓ ସୁରଜ ଚିତ୍ର ଉତ୍ତୋଳନ କରିଥିଲେ। ବଲାଙ୍ଗିର ସହରର ଆଖପାଖ ଅଞ୍ଚଳରେ ଏହାର ସୁଟିଂ କରାଯାଇଥିଲା। ଏହା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଚିତ୍ର ହୋଇଥିବାରୁ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି।
Popular Categories



