www.samajalive.in
Saturday, December 6, 2025
26.1 C
Bhubaneswar

ପ୍ଲାଜମା ଦାନ ପାଇଁ ଇଚ୍ଛୁକ ବାପା, ପୁଅ ଭାଗ୍ୟରଞ୍ଜନର ଜୀବନ ବଞ୍ଚାଇବାକୁ ଗୁହାରି

ବଡ଼ସାହି: ୧୮ ବର୍ଷୀୟ ପୁଅର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନା ଯାଇ ଜଣେ ବାପା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନ ପାଇଁ ସ୍ୱୀକୃତିପତ୍ର ପ୍ରଦାନ କରିଛନ୍ତି। ତେବେ ଏପରି ଜଣେ ମହାନ ବ୍ୟକ୍ତି ନିଜ ପୁଅର ଜୀବନ ବଞ୍ଚାଇବାକୁ ଗୁହାରି କରୁଛନ୍ତି। ଘଟଣା ହେଉଛି, ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଯୋଗୀନୂଆଗାଁ ଗ୍ରାମର।

୧୮ ବର୍ଷ ତଳେ ପରମେଶ୍ୱର ମହାନ୍ତଙ୍କ ଘରେ ଜନ୍ମ ନେଇଥିଲା ସାନପୁଅ। ପ୍ରଥମ ପୁଅ ପରେ ପୁଣି ପୁଅଟିଏ ଜନ୍ମ ହେବାରୁ ନାମ ଦେଇଥିଲେ ଭାଗ୍ୟରଞ୍ଜନ। ତେବେ ଭାଗ୍ୟରଞ୍ଜନଙ୍କ ଭାଗ୍ୟରେ ଅଜାଣତରେ କଳାବାଦଲ ଘନେଇଥିଲା ସେହିଦିନ, ଯେବେ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳୁଥିବା ବେଳେ ହଠାତ ବଲଟି ବାଜିଥିଲା ତାଙ୍କ ଆଣ୍ଠୁରେ। ଅନ୍ୟ ଦିନ ଭଳି ଆଘାତକୁ ମାମୁଲି ଭାବି କିଛିଦିନ ଅନ୍ତରରେ ସେ ପୁଣି ଖେଳିବା ଆରମ୍ଭ କରିଥିଲେ। ପରନ୍ତୁ ପୁର୍ନବାର ସମାନ ସ୍ଥାନରେ ବଲ ବାଜି ଆଘାତ ଗୁରୁତର ହୋଇଥିଲା। ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଭାଗ୍ୟରଞ୍ଜନ ଆଣ୍ଠୁ ଚିକିତ୍ସା ସତ୍ତେ୍ୱ ଉପଶମ ମିଳି ନ ଥିବା ବେଳେ ସେ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଗରିବ ପରିବାରରେ ଦୁଃଖର ବଜ୍ରପାତ ହୋଇଥିଲା। ଗରିବ ଚାଷୀ ପରିବାରର କଷ୍ଟ ଉପାର୍ଜିତ ସମସ୍ତ ଜମାଅର୍ଥ ଯୋଗାଡ଼ କରି ପରମେଶ୍ୱର ପୁଅକୁ କଟକସ୍ଥିତ ଆଚାର୍ୟ୍ୟ ହରିହର ଡ଼ାକ୍ତରଖାନାକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଦୁର୍ଭାଗ୍ୟ, ଡ଼ାକ୍ତରଖାନାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସମସ୍ତଙ୍କ କୋଭିଡ଼ ପରୀକ୍ଷା ହୋଇଥିଲା। ପରମେଶ୍ୱର ପଜିଟିଭ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନରେ ରହିଲେ। ପରିବାର ସଦସ୍ୟ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ରହିଲେ। ସାହି ପଡ଼ିଶା, ଆତ୍ମୀୟ ତାଙ୍କ ପରିବାରଠୁ ଦୂରେଇ ଗଲେ। ରୋଗ ସହିତ ସଂଘର୍ଷ କରୁଥିବା ଭାଗ୍ୟରଞ୍ଜନ ଚିକିତ୍ସା ଅଧାରୁ ଘରକୁ ଫେରିଲେ। ତେବେ ପ୍ଲାଜମା ସଚେତନତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାନେଇ ବିଜେଡ଼ିର ନେତା ଅର୍ଜ୍ଜୁନ ଦଳେଇ ପରମେଶ୍ୱରଙ୍କ ଘରେ ପହଞ୍ଚିବା ପରେ ଘଟଣା ଜାଣି ଭାଗ୍ୟରଞ୍ଜନକୁ ନିଜ କାରରେ ଏକ ଘରୋଇ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ୪ବୋତଲ ରକ୍ତ ଦେବା ପରେ ହେମଗ୍ଲୋଭିନ ମାତ୍ରା ସ୍ଥିର ପୂର୍ବକ ପ୍ରଥମ କେମୋଥେରାଫି ଦିଆଯାଇଥିଲା। ୩ସପ୍ତାହ ପରେ ପୁର୍ନବାର ୨ୟ କେମୋଥେରାପି ପାଇଁ ଯା’ଆସ ଠାରୁ ଚିକିତ୍ସା ଖର୍ଚ୍ଚ ପାଇଁ ବର୍ତ୍ତମାନ ପରମେଶ୍ୱରଙ୍କ ଠାରେ ଅର୍ଥାଭାବ। ପୁଅର ସ୍ୱାସ୍ଥ୍ୟବସ୍ଥା ଜଟିଳ ରହିଛି। ଆଣଣ୍ଠୁଟି ଫୁଲିଫୁଲି ଯିବାରୁ ସେ ଶଯ୍ୟାଶାୟୀ। ବଡ଼ଭାଇ ନିଜର ସମସ୍ତ ଅଙ୍ଗଦାନ ପରିବର୍ତ୍ତେ ସାନଭାଇର ଜୀବନ ପାଇଁ ଭୋ-ଭୋ ହୋଇ କାନ୍ଦୁଛନ୍ତି। ନିଜର ପ୍ଲାଜମା ଦାନ ପାଇଁ ପ୍ରସ୍ତୁତ ପରମେଶ୍ୱର ପୁଅର ଜୀବନ ବଞ୍ଚାଇବା ପାଇଁ ଘରବାଡ଼ି ବନ୍ଧା ବା ବିକିି ଲୋକଙ୍କୁ ଆର୍ଥିକ ସାହଯ୍ୟ ପାଇଁ ନେହୁରା ହେଉଛନ୍ତି। କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଏହି ପରିବାର ପ୍ରତି ସଦୟ ହେଲେ ଭାଗ୍ୟରଞ୍ଜନଙ୍କ ଭାଗ୍ୟ ଫେରିପାରନ୍ତା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories