www.samajalive.in
Thursday, December 11, 2025
18.1 C
Bhubaneswar

୭୫ ପ୍ରତିଶତ ଟପିଲା କରୋନା ଆରୋଗ୍ୟ ହାର : ସକ୍ରିୟ ମାମଲା ୭ଲକ୍ଷ ୧୦ହଜାର

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ସୋମବାର ୭୫.୨୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଆଉ ୫୭ହଜାର ୪୬୯ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୨୩ଲକ୍ଷ ୩୮ହଜାରକୁ ଅତିକ୍ରମ କରିଛି।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟାଠାରୁ ୩ଗୁଣ ଅଧିକ ରହିଛି। କ୍ରମାଗତ ଭାବେ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଦେଶରେ ଚିକିତ୍ସିତ ହେଉଥିବା ଲୋକ ମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଓ ମୋଟ୍‍ ସଂକ୍ରମିତ ମାନଙ୍କ ସଂଖ୍ୟାର ୨୨.୮୮% ରହିଛି।

ଗୋଟିଏ ଦିନରେ ଆଉ ୬୧ ହଜାର ୪୦୮ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଛି। ଦେଶରେ କରୋନା ଜନିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁ ହାର ୧. ୮୫% ଭାଗକୁ ହ୍ରାସ ପାଇଛି, ଯାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍।  ଦେଶରେ ୭ ଲକ୍ଷ ୧୦ ହଜାର ୭୭୧ ସକ୍ରିୟ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

- Advertisement -

ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୬ଲକ୍ଷ ନମୂନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ
ମୋଟ୍‍ ୩ କୋଟ ୫୯ଲକ୍ଷରୁ ଊର୍ଦ୍ଧ୍ବ ନମୂନା ପରୀକ୍ଷା କରାଯାଇଛି। ଅଧିକ ନମୂନା ପରୀକ୍ଷା ପାଇଁ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି
କରାଯାଉଛି। ବର୍ତ୍ତମାନ ଦେଶରେ ୯୮୪ଟି ସରକାରୀ ପରୀକ୍ଷାଗାର ଓ ୫୩୬ଟି ବେସରକାରୀ ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି।
ଦେଶରେ ମୋଟ୍‍ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ୧ହଜାର ୫୨୦କୁ ବୃଦ୍ଧି ପାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories