www.samajalive.in
Monday, December 8, 2025
27.1 C
Bhubaneswar

ଜୁଆଙ୍ଗ ଜନଜାତିଙ୍କ ଟଙ୍କା ହଡପକାରି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍‍ ଅଲ୍‍’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର ଆପଣାଇଛନ୍ତି। ବିଶେଷ କରି ଆଦିବାସୀ ବହୁଳ ଓଡିଶା ରାଜ୍ୟରେ ଆଦିବାସୀଙ୍କ ପାଇଁ ମୋଦୀ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ ବି ସେମାନେ ସମସ୍ତ ପ୍ରକାରର ସୁବିଧାରୁ ବଞ୍ଚିତ ରହିଛନ୍ତି। ଗତ କିଛି ଦିନ ଧରି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତ ଖରବା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି। ଏହି ଅଞ୍ଚଳର ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହେବାର ପ୍ରମାଣ ମିଳିଥିବାରୁ ବିଜେପିର ଏକ ପ୍ରତିନିଧି ଦଳ ସଂପୃକ୍ତ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଫେରିଛନ୍ତି। ସାଧାରଣ ବାସଗୃହ ଯୋଗାଇ ଦେବା କହି ଜୁଆଙ୍ଗ ଜନଜାତିଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି ଏବଂ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ହରି ଲୁଟ୍‍ କରାଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସୂଚନା ଅଧିକାର ତଥ୍ୟ ଅନୁସାରେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୦୦ ଘରକୁ ଅନୁମୋଦନ ଦିଆଯାଇଛି। କିନ୍ତୁ ବାସ୍ତବରେ ଅନେକ ହିତାଧିକାରୀଙ୍କ ନାଁରେ ଅର୍ଥ ଆସିଥିଲେ ବି ବିଜେଡି ନେତା ଓ ସରକାରୀ ଅଧିକାରୀମାନେ ସଂପୃକ୍ତ ହିତାଧିକାରୀଙ୍କ ଏଟିଏମ ଓ ପାସୱାର୍ଡ ରଖି ଆଦିବାସୀଙ୍କ ଅର୍ଥକୁ ହରିଲୁଟ୍‍ କରିଛନ୍ତି। ଖରବା ଗାଁର ମମତା ଜୁଆଙ୍ଗ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାଙ୍କ ଘର ନିର୍ମାଣ ଆରମ୍ଭ ହୋଇନାହିଁ। ଉଷା ଜୁଆଙ୍ଗଙ୍କ ଘର ନିମଟାଲ ପର୍ଯ୍ୟନ୍ତ ଉଠିଥିବାର ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ତାଙ୍କ ଘର କେବଳ ପ୍ଲିନ୍ଥ କାମ ସରିଛି। ସେହିପରି ଆଉ ଜଣେ ହିତାଧିକାରୀ ରମେଶ ଜୁଆଙ୍ଗଙ୍କ ଘର ପ୍ଲିନ୍ଥ ଅସଂପୂର୍ଣ୍ଣ ଥିବାବେଳେ ତାଙ୍କ ନାଁରେ ଉଠାଯାଇଛି ୫୫ ହଜାର ଟଙ୍କା। ବାଦଲ ମହ୍ଲାର ଓ ଅନ୍ଧାର ମହ୍ଲାରଙ୍କୁ ନିମ୍ନ ମାନର କମ ଉଚ୍ଚତାରେ ଘର କରି ୧ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ହଡପ କରାଯାଇଛି। ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଏମିତି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‍ କରିଛନ୍ତି।

- Advertisement -

ରାଜ୍ୟସରକାର ଜିଓ ଟ୍ୟାଗିଂ କରିବା ପରେ ପଇସା ଦିଆଯାଉଛି ବୋଲି କହୁଥିବାବେଳେ କିଭଳି ଘର ନିର୍ମାଣ ନହୋଇ ଜିଓ ଟ୍ୟାଗିଂ କରି ୧ ଲକ୍ଷ ଟଙ୍କା ଦିଆଯାଉଛି? କେବଳ ହରିଚନ୍ଦନ ପୁର ବ୍ଲକ ନୁହେଁ ଏଭଳି ଅନିୟମିତତାର ପ୍ରମାଣ କେନ୍ଦୁଝର ଜିଲା ଘସିପୁରା, ଘଟଗାଁ, ସଦର ଏବଂ ଝୁମ୍ପୁରା ବ୍ଲକରୁ ଆସିଛି। ରାଜ୍ୟରେ୧୭ଲକ୍ଷ ୩୩ହଜାର ୨୨ଟି ଘରରୁ ୧୦ଲକ୍ଷ୯୬ ହଜାର ୪୧୩ ଟି ଘର ରାଜ୍ୟସରକାର ନିର୍ମାଣ କରିଛନ୍ତି ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ଏହା ସଂପୂର୍ଣ୍ଣଭାବେ ଭିତିହୀନ। ସାଧାରଣ ଲୋକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋଦୀ ସରକାର ୨୦୨୨ ସୁଦ୍ଧା ପକ୍କା ଘର ଏବଂ ୨୦୨୪ ସୁଦ୍ଧା ପ୍ରତିଘରେ ନଳ ଯୋଗେ ସୁଦ୍ଧ ପିଇବା ପାଣି ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ରାଜ୍ୟସରକାର ଏଠି ବାଧ୍ୟକ ସାଜୁଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

ଖରବା ଗାଁର ଲୋକଙ୍କ ପାଖରେ ପକ୍କା ଘର, ବିଦ୍ୟୁତ, ଶୌଚାଳୟ, ପିଇବା ପାଣି, ରାସ୍ତା, ଅଙ୍ଗନବାଡି ବର୍ତମାନ ସୁଦ୍ଧା ଅପହଞ୍ଚ। ଖଣି ଖାନନରେ ଭରପୂର ଥିବା କେନ୍ଦୁଝର ଜିଲାରେ ଏଭଳି ଭାବେ ଜୁଆଙ୍ଗ ଜନଜାତି ବସବାସ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି କେନ୍ଦୁଝର ଜିଲାରେ କେବଳ ଭାତହାଣ୍ଡିର ଗୋଟିଏ ଭାତ ସଦୃଶ୍ୟ। ଏହି ଦୁର୍ନୀତି ସାରା ଓଡିଶାରେ ବ୍ୟାପିଛି। ରାଜ୍ୟସରକାର ଗରିବ ଲୋକଙ୍କ ଅଧିକାରରୁ ବଞ୍ଚିତ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ନେଇ ପୂର୍ବରୁ ବିଡିଓ, ପିଡି ଓ ଜିଲାପାଳଙ୍କ ପାଖରେ ଦ୍ୱାରସ୍ଥ ହେବା ପରେ ବି ସେମାନେ କୌଣସି ପଦକ୍ଷେପ ନେଇନାହାଁନ୍ତି ବୋଲି ପୂର୍ବତନ ବିଧାୟକ ଧନଞ୍ଜୟ ସିନ୍ଧୁ ଅଭିଯୋଗ କରିଛନ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ରାଜ୍ୟସରକାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ପଣ୍ଡା ଦାବି କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories