www.samajalive.in
Tuesday, December 9, 2025
16.1 C
Bhubaneswar

ଧର୍ମାନୁଷ୍ଠାନ କେବେ ଖୋଲିବ ସ୍ପଷ୍ଟ କରନ୍ତୁ ସରକାର

କଟକ: କରୋନା କଟକଣା ପାଇଁ ରାଜ୍ୟରେ ମାର୍ଚ୍ଚ ମାସରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଦୀର୍ଘ ମାସ ହେଲା ଧର୍ମାନୁଷ୍ଠାନ ବନ୍ଦ ରହିଛି। ତେଣୁ କେବେ ଧର୍ମାନୁଷ୍ଠାନ ଖୋଲିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ହାଇକୋର୍ଟରେ ପୁଣି ଏକ ଆବେଦନ କରାଯାଇଛି। ଆଜି ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ନିର୍ଦ୍ଧାରିତ ସମୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ଆବେଦନରେ ଦର୍ଶାଯାଇଛି। ପୂର୍ବ ଆବେଦନକାରୀ ଜୟନ୍ତ ବଳଙ୍କ ପକ୍ଷରୁ ମିସ୍‌କେସ୍‌ ଦାୟର ହୋଇଛି। ଧର୍ମାନୁଷ୍ଠାନ ଖୋଲିବା ନେଇ ଗତ ୧୦ରେ ହାଇକୋର୍ଟ ରାୟ ଶୁଣାଇଥିଲେ। ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ହାଇକୋର୍ଟ। ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇନଥିବାରୁ ପୁଣି ଥରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଆବେଦନ କରାଯାଇଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories