ଅନ୍ୟ କାରାଗାରକୁ ସ୍ଥାନାନ୍ତର ହେବେ କଠୁଆ ମାମଲାର ଅଭିଯୁକ୍ତ

0

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଜାମ୍ମୁ-କାଶ୍ମୀର କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ କଠୁଆ ଜିଲା କାରଗାରରୁ ପଞ୍ଜାବର ଗୁରୁଦାସପୁର ଜିଲା କାରାଗାରକୁ ସ୍ଥାନାନ୍ତର ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ସୋମବାର ବିଚାରପତି ଏହାକୁ ଏକ ବିରଳ ଘଟଣା ଦର୍ଶାଇ ଏଭଳି ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ଆଠ ସପ୍ତାହ ମଧ୍ୟରେ ମାମଲାର ଅତିରିକ୍ତ ଅଭିଯୋଗ ଫର୍ଦ ଦାଖଲ ପାଇଁ ନ୍ୟାୟାଳୟ ତଦନ୍ତକାରୀ ପୁଲିସକୁ ନିର୍ଦେଶ ଦେଇଛନ୍ତି। ପୁନଶ୍ଚ ଆବେଦନକାରୀ ଯଦି ନିମ୍ନ ଅଦାଲତ ନିର୍ଦେଶ ନେଇ କୌଣସି ଭାବେ ପ୍ରଭାବିତ ହୁଅନ୍ତି ତେବେ ସେମାନେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ନ୍ୟାୟାଳୟ ଦର୍ଶାଇବା ସହ ସହ ନିମ୍ନ ଅଦାଲତର ବିଚାରପତି ଓ ଆଇନଜୀବୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଜାମ୍ମୁ-କାଶ୍ମୀର ଏବଂ ପଞ୍ଜାବ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ଜାମ୍ମୁ-କାଶ୍ମୀର କ୍ରାଇମ ବ୍ରାଞ୍ଚ ପୁଲିସ ପୂର୍ବରୁ ଆଠ ଜଣଙ୍କ ନାଁରେ ୧୫ପୃଷ୍ଠାର ପ୍ରଥମ ଦଫା ଅଭିଯୋଗ ଫର୍ଦ ଦାଖଲ କରିଛି।

Leave A Reply