www.samajalive.in
Wednesday, December 10, 2025
16.1 C
Bhubaneswar

ଜାରକା ରୋଟାରୀ କ୍ଲବ୍ ପକ୍ଷରୁ ନିଜସ୍ୱ ଉଦ୍ୟମରେ ଅସହାୟ ପରିବାର ପାଇଁ ଅସ୍ଥାୟୀ ଗୃହ ନିର୍ମାଣ

ଯାଜପୁର : ଲଘୁଚାପଜନିତ ପ୍ରବଳ ବର୍ଷାରେ ଭାଙ୍ଗିଛି ଅନେକ କଚ୍ଚା ଘର । କେଉଁଠି କାନ୍ଥ ପଡିଛି ତ ଆଉ କେଉଁଠି ଝାଟିମାଟି ଘର ମାଟିରେ ଲୋଟିଛି । ଫଳରେ ଦୁର୍ଦ୍ଦିନରେ ବିତୁଛି ବିପନ୍ନଙ୍କ ଜୀବନ । ଏଭଳି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି । ଯାଜପୁର ଜିଲ୍ଲା ଜାରକା ପଂଚାୟତ ଟିକରସାହିରେ ରହୁଛନ୍ତି ଅନେକ ଆଦିବାସୀ ପରିବାର । ପ୍ରଥମ ଲଘୁଚାପ ବର୍ଷାରେ ଏମାନଙ୍କ ଘରେ ବର୍ଷା ପାଣି ପଶିଥିଲା । ପ୍ରବଳ ବର୍ଷାରେ ସାହିର ଦୈତାରୀ ସାମଲଙ୍କ ପରିବାର ସଂପୂର୍ଣ୍ଣ ବେସାହାରା ହୋଇଯାଇଥିଲା । ବର୍ଷାରେ ଚାଳ ଛପର ଘର ଭାଙ୍ଗି ଯାଇଥିଲା। ଘରେ ପାଳିଥିବା ଛେଳି ମଧ୍ୟ କାନ୍ଥ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲା  ।  ଘରେ  ପାଣି ପଶିବା ଦେଖି  ଦୈତାରୀ ପିଲା ଛୁଆ ଓ ସ୍ତ୍ରୀଙ୍କୁ ଧରି ରାସ୍ତା ଉପରକୁ ଚାଲି ଆସିଥିଲେ । ଫଳରେ ଏକ ସପ୍ତାହ ହେବ ପଲିଥିନ୍ ଟାଙ୍ଗି ରାସ୍ତାକଡରେ ରହୁଥିଲେ ମଧ୍ୟ ଏଯାଏଁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଗୋଚର ହୋଇନାହିଁ । ତେବେ ଏହି ଦୁର୍ଦ୍ଦିନ ସମୟରେ ଜାରକା ରୋଟାରୀ କ୍ଲବ୍ ସହାୟତାର ହାତ ବଢାଇଛି । ଏହି ପରିବାର ମୁଣ୍ଡ ଗୁଂଜିବା ପାଇଁ କ୍ଲବ ପକ୍ଷରୁ ଏକ ଅସ୍ଥାୟୀ ଗୃହର ବ୍ୟବସ୍ଥା କରାଯାଇଛି । କ୍ଲବର କର୍ମକର୍ତ୍ତାମାନେ ଓ ସଦସ୍ୟମାନେ ନିଜସ୍ୱ ଉଦ୍ୟମରେ ସିମେଂଟ ଖୁଂଟ, ବାଉଁଶ ଓ ପଲିଥିନ ଆଣି ଏହି ପରିବାର ପାଇଁ ଅସ୍ଥାୟୀ ବାସସ୍ଥଳୀ ନିର୍ମାଣ କରିଛନ୍ତି । କେବଳ ସେତିକି ନୁହେଁ, କ୍ଳବର କର୍ମକର୍ତ୍ତାମାନେ ବର୍ଷା ପର ଠାରୁ ଏହି ବିପନ୍ନ ପରିବାରକୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗଇ ଆସୁଛନ୍ତି ।

ଏହି ସାହାଯ୍ୟ ପାଇଁ ଦୈତାରୀଙ୍କ ପରିବାର ରୋଟାରୀ କ୍ଲବ ସଦଷ୍ୟ ଉପରେ ଖୁସି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଲବର ସଂପାଦକ ଜୟପ୍ରକାଶ ତ୍ରିପାଠୀ, ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ବରାଳ, ଜୟନ୍ତ କୁମାର ସାହୁ, ରୋଟାରିଆନ ପ୍ରମୋଦ କୁମାର ସାମଲ, ସୁକାନ୍ତ କୁମାର ସ୍ୱାଇଁ, ରାଜେନ୍ଦ୍ର ପଲେଇ, ପ୍ରଶାନ୍ତ ପୃଷ୍ଟି, ଅକ୍ଷୟ ମିଶ୍ର ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories