www.samajalive.in
Monday, December 8, 2025
24.1 C
Bhubaneswar

ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ, ସର୍ବଧିକ ଖୋର୍ଦ୍ଧା ଜିଲାରୁ ସୁସ୍ଥ ହେଲେ ୨୬୫

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ। ଖୋର୍ଦ୍ଧାରୁ ସର୍ବାଧିକ ୨୭୬, ଗଞ୍ଜାମରୁ ୨୬୫, ସୁନ୍ଦରଗଡ଼ରୁ ୧୬୮, କଟକରୁ ୧୭୨ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡ଼ରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ବରରୁ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୁରୀରୁ ୮୪, ମାଲକାନଗିରିରୁ ୮୦, ସମ୍ବଲପୁର ଓ ରାୟଗଡ଼ାରୁ ୬୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୁରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳ ଓ କେଉଁଝରରୁ ୨୩ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୧୯, ଅନୁଗୁଳ ୧୮, କେନ୍ଦ୍ରାପଡ଼ା ୧୬, ବଲାଙ୍ଗିର ୧୪, ଝାରସୁଗୁଡ଼ା ୧୩, ନବରଙ୍ଗପୁର ୯, ବୌଦ୍ଧରୁ ୬ ଓ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫୪ହଜାର ୪୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories