www.samajalive.in
Sunday, December 14, 2025
15.1 C
Bhubaneswar

କରୋନାରୁ ସୁସ୍ଥ ହେବା ପରେ ପ୍ଲାଜାମା ଦାନ କଲେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଡମ୍ବୁର

ଗୋପାଳପୁର : କରୋନା ମହାମାରୀରେ ଜନତାକୁ ସଚେତନତା କରି ନିଜେ ଆକ୍ରାନ୍ତ ହୋଇ  ସୁସ୍ଥ ହୋଇ ଫେରିଥିବା ରଙ୍ଗେଈଲୁଣ୍ଡା ବ୍ଲକ  ୫୩ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍ ଡମ୍ବରୁଧର ରେଡ୍ଡୀ ପ୍ଲାଜମା ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଏହି କ୍ରମରେ ସେ ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ  ନିଜର ପ୍ଲାଜମା ପ୍ରଦାନ କରିଥିବା ଜଣାପଡିଛି l କରୋନା ସମୟରେ ଡମ୍ବରୁ ନିଜ ଅଞ୍ଚଳର ଯୁବକ ମାନଙ୍କୁ ନେଇ ପ୍ରତିଦିନ ଆନ୍ଧ୍ର ଓ ଓଡ଼ିଶା ସିମାବର୍ତ୍ତୀ ଗିରିସୋଲା ଠାରେ ପ୍ରବାସୀ ଓଡ଼ିଆ ମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ନିଜ ପଞ୍ଚାୟତ ତଥା ନିଜ ଗାଁ କୋଠାର ସିଂ ରେ କରୋନା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଏହି ସ୍ଥିତିରେ ଏନ.ଡମ୍ବୁର ନିଜ ଠାରେ ଲକ୍ଷଣ ଥିବା ଜାଣିପାରିବା ପରେ ଘରୋଇ ସଗଂରୋଧ ରହି ଗତ ଜୁଲାଇ ୧୪ତାରିଖରେ ସ୍ୱାବ ପରୀକ୍ଷା କରିଥିବା ବେଳେ ୧୭ ତାରିଖରେ  କରୋନା ପଜିଟିଭ ରିପୋର୍ଟ ଆସିଥିଲା। ଏହା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ପାଲୁର ନିକଟ କୋଭିଡି କେୟାର ସେଣ୍ଟରରେ  ୨୧ ଦିନ ରହି ଚିକିତ୍ସିତ ହୋଇ ଘରକୁ ଫେରିବା ସହ କରୋନା ଗାଇଡ ଲାଇନ ପ୍ରକାରେ ବଳକା ଦିନ ଘରୋଇ ସଗଂରୋଧ ରହିଥିଲେ। କରୋନାରୁ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ  ଜିଲାପାଳଙ୍କ ଅନୁରୋଧ କ୍ରମେ ପ୍ଲାଜମା ଦେବା ପାଇଁ  ସହମତି ପ୍ରଦାନ କରିଥିଲେ l ଆଜି ସେ ନିଜର ପ୍ଲାଜମା ପ୍ରଦାନ କରିବା ପରେ ନିଜର ଅନୁଭୂତି ନେଇ କହିଥିଲେ ଯେ, ସାଧାରଣତଃ ରକ୍ତ ପ୍ରଦାନ ପାଇଁ ୫ ମିନିଟ୍‌ ସମୟ ଲାଗିଥାଏ କିନ୍ତୁ ପ୍ଲାଜମା ପ୍ରଦାନ ପାଇଁ ୪୫ ମିନିଟ୍‌ ସମୟ ଲାଗିଥିଲା। ପ୍ଲାଜମା ସଂଗ୍ରହ ବେଳେ ଦୁଇ ଜଣ  ଡାକ୍ତର ସମେତ ଟେକନିସିଆନ ଥିଲେ ବୋଲି କହିଛନ୍ତି।       ସେ ନିଜର ପ୍ଲାଜାମା ଦାନ କରି କୋଭିଡ ରେ ଆକ୍ରାନ୍ତ ହୋଇ ଗୁରୁତର ରୋଗୀ ଙ୍କ ଜୀବନ ବଞ୍ଚାଇବାରେ ନିଜକୁ ସାମିଲ କରିପାରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା ପ୍ରକାଶ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories