www.samajalive.in
Wednesday, December 10, 2025
23.1 C
Bhubaneswar

ବିଧାନସଭା ଲିଲି ପୁଲ ପାଖରୁ ପୁଣି ସାପ ଉଦ୍ଧାର

ଭୁବନେଶ୍ୱର : ବିଧାନସଭା  ଗେଟ ନଂ. ୧ ନିଜଟରେ ଥିବା ଲିଲି ପୁଲ ପାଖରୁ ରବିବାର  ଏକ ୬ ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର କରାଯାଇଛି । ସାପଟି ବିଧାନସଭା ପାହାଚରୁ ଓହ୍ଲେଇ ଲିଲିପୁଲ ଆଡକୁ ଯିବାର ଜଣେ ସୁରକ୍ଷା କର୍ମୀ ଦେଖିଲେ। ସେ ତାଙ୍କର ସହକର୍ମୀଙ୍କୁ ଡାକି ସାପକୁ ଘଉଡେଇବା ପାଇଁ ଚେଷ୍ଟା କରିବା ବେଳେ ସାପଟି ଲିକିପୁଲ ପାଖରେ ଥିବା ପାହାଚ ଫାଙ୍କରେ ପଶି ରହିଗଲା। ସୁରକ୍ଷା କର୍ମୀଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଲେ। ଜଣେ ସୁରକ୍ଷା କର୍ମୀ ଗୋଟେ ପଟେ ଏକ ପାଇପ ଭର୍ତ୍ତି କରି କେଞ୍ଚିବା ପରେ ସାପଟି ଅନ୍ୟ ପଟେ ବାହାରିଥିଲା  ଅନ୍ୟ ଜଣେ ସୁରକ୍ଷା କର୍ମୀଙ୍କ ସହାୟତାରେ ଶୁଭେନ୍ଦୁ ୬ ଫୁଟ ଲମ୍ବାର ଢ଼ମଣା ଟିକୁ ସ୍ନେକ ହୁକ ସାହାଯ୍ୟରେ ବ୍ୟାଗରେ ଭର୍ତ୍ତି କରିଥିଲେ। ସାପ ଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଲକଡାଉନ ଅବଧି ଭିତରେ ବିଧାନସଭାର  ସେଇ ସମାନ ଜାଗାରୁ ୨ ବଡ଼ ନାଗ ସାପ ମଧ୍ୟ  ସୁରକ୍ଷା କର୍ମୀ ମାନଙ୍କ ସହାୟତାରେ ଶୁଭେନ୍ଦୁ ଉଦ୍ଧାର କରିଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories