www.samajalive.in
Saturday, December 13, 2025
27.1 C
Bhubaneswar

ଜିଲାପାଳଙ୍କୁ ନିର୍ଦେଶ: ସଂକ୍ରମଣ ବୃଦ୍ଧିର କାରଣକୁ ନେଇ ରଣକୌଶଳ ପୁନଃ ନିର୍ଦ୍ଧାରଣ କର

ଭୁବନେଶ୍ବର : କୋଭିଡ ସଂକ୍ରମଣ ବୃଦ୍ଧିର ନିର୍ଦିଷ୍ଟ କାରଣ ଆଧାରରେ ରଣକୌଶଳ ପୁନଃ ନିର୍ଦ୍ଧାରଣ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଚଳିତ ସପ୍ତାହର ସ୍ଥିତି ସମ୍ପର୍କରେ କୋଭିଡ ପର୍ଯ୍ୟବେକ୍ଷକ ଓ ଜିଲାପାଳମାନଙ୍କ ସହ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସମୀକ୍ଷା ଅବସରରେ ସେ ଏହା କହିଛନ୍ତି। ସଂକ୍ରମଣ ବୃଦ୍ଧିର ହାର ଓ କାରଣ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହୋଇପାରେ। ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧିର କାରଣ ସହରାଞ୍ଚଳଠାରୁ ଅଲଗା। ପଡୋଶୀ ରାଜ୍ୟ ସହ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଏହାର କାରଣ ସ୍ବତନ୍ତ୍ର। ଗ୍ରାମାଞ୍ଚଳ ପରିବେଷ୍ଟିତ ରୁର୍ବାନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଅଞ୍ଚଳରେ ଦ୍ରୁତ ସଂକ୍ରମଣର ପ୍ରତିରୋଧ ପାଇଁ ସ୍ବତନ୍ତ୍ର କୌଶଳ ଆବଶ୍ୟକ। ଆସନ୍ତା ସପ୍ତାହକ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ରୋକିବା ନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଗୁରୁତର ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ କୋଭିଡ ହସ୍ପିଟାଲରେ ସବୁବେଳେ ଶଯ୍ୟା ଉପଲବ୍ଧ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲୋକଙ୍କ ମନରେ ଅଧିକ ସହଯୋଗୀ ମନୋଭାବ ଏବଂ ପ୍ରତିବଦ୍ଧତା ସୃଷ୍ଟି କରିବାକୁ ସେ ଜିଲାପାଳମାନଙ୍କୁ କହିଛନ୍ତି। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଅନ୍ୟ ରୋଗ ଥିବା କୋଭିଡ ପଜିଟିଭ ରୋଗୀ ଗୁରୁତର ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ଅଧିକ ରହିଛି। ସେମାନଙ୍କୁ ସଠିକ ସମୟରେ କୋଭିଡ କେୟାର ସେଣ୍ଟରକୁ ଆଣି ଚିକିତ୍ସା ଯୋଗାଇବା ନେଇ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ବିଭିନ୍ନ ଜିଲାର ସଂକ୍ରମଣ ହାର ଉପରେ ତୁଳନାତ୍ମକ ଅନୁଶୀଳନ ଉପସ୍ଥାପନ କରିଥିଲେ। ସେ କହିଥିଲେ ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣ ଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥା ବ୍ୟାପକ କରିବା ଆବଶ୍ୟକ।

- Advertisement -

ଗଞ୍ଜାମ ଜିଲା ପ୍ରଶାସନର ରଣକୌଶଳ ସଂକ୍ରମଣ ହାର କମାଇବାରେ ସଫଳ ହୋଇଥିବା ସମୀକ୍ଷାରୁ ଜଣାଯାଇଛି। ଗଞ୍ଜାମ ଜିଲାପାଳ କହିଥିଲେ, ଘରକୁ ଘର ସର୍ବେକ୍ଷଣ, ବିଭିନ୍ନ ‌ରୋଗରେ ପୀଡ଼ିତ ରୋଗୀଙ୍କ ଚିହ୍ନଟ ଓ ପରୀକ୍ଷା, ଲକ୍ଷଣବିହୀନ ପଜିଟିଭ ବ୍ୟକ୍ତିଙ୍କ ସହ ଦୈନିକ ଟେଲିଫୋନରେ ଯୋଗାଯୋଗ, କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କୋଭିଡ ନିୟନ୍ତ୍ରଣରେ ସହାୟକ ହୋଇଛି।
ରାୟଗଡ଼ା, ସୁନ୍ଦରଗଡ଼, କଟକ ଓ ଖୋର୍ଦ୍ଧାର ଜିଲାପାଳ ଏବଂ ଭୁବନେଶ୍ବର ମହାନଗର ନିଗମ କମିଶନର ସେମାନଙ୍କ ଅଞ୍ଚଳରେ କୋଭିଡ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ରଣକୌଶଳକୁ ଲକ୍ଷ୍ୟଭେଦୀ କରିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories