www.samajalive.in
Sunday, December 7, 2025
16.1 C
Bhubaneswar

ଧୋନିଙ୍କୁ ଚିଠି ଲେଖିଲେ ମୋଦୀ ; ଅବସରକୁ ନେଇ ଭାରତୀୟ ନିରାଶ, ଶାନ୍ତ ସ୍ବଭାବ ଯୁବପିଢିଙ୍କ ପାଇଁ ସବୁଠୁଁ ବଡ ଶିକ୍ଷା

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ ଲେଖିଛନ୍ତି ଯେ, ଭାରତକୁ ବିଶ୍ୱର ଏକ ନମ୍ବର ଦଳ ଭାବେ ପରିଣତ କରିବାରେ ଆପଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରିକେଟ୍ ଇତିହାସରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଅଧିନାୟକ ଏବଂ ଶ୍ରେଷ୍ଠ ୱିକେଟ୍ କିପରଙ୍କ ମଧ୍ୟରେ ତୁମର ନାମ ଗଣାଯିବ। ସେ କହିଥିଲେ ଯେ ତୁମେ କେଉଁ ହେୟାର ଷ୍ଟାଇଲ ରଖିଛ ସେଥିରେ କିଛି ଫରକ ପଡେ ନାହିଁ। କିନ୍ତୁ ମ୍ୟାଚ ଜିତିବା କିମ୍ବା ହାରିବା ପରେ ଆପଣଙ୍କ ମନ ସର୍ବଦା ଶାନ୍ତ ରହିଥାଏ । ଦେଶର ଯୁବକମାନଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ଼ ଶିକ୍ଷା।


ପିଏମ ମୋଦୀ ଆହୁରି ଲେଖିଛନ୍ତି ଯେ, ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି ସତ, କିନ୍ତୁ ଗତ ଦେଢ ଦଶନ୍ଧି ମଧ୍ୟରେ ଭାରତ ପାଇଁ ଆପଣଙ୍କ ଅବଦାନ ସ୍ମରଣୀୟ ରହିବ। ୨୦୧୧ ବିଶ୍ବକପକୁ  ମନେ ପକାଇ ମୋଦୀ ଲେଖିଛନ୍ତି ଯେ, କଠିନ ପରିସ୍ଥିତିରେ ଆପଣଙ୍କ ଉପରେ ନିର୍ଭରଶୀଳତା ଏବଂ ମ୍ୟାଚ୍ ଶେଷ କରିବାର ଶୈଳୀ ଲୋକଙ୍କ ମନରେ ସର୍ବଦା ରହିବ।

- Advertisement -

ଧୋନି ଟ୍ବୁଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି ଯେ ଜଣେ କଳାକାର, ସୈନିକ ଏବଂ କ୍ରୀଡ଼ାବିତ୍ ପ୍ରଶଂସିତ ହେବାକୁ ଚାହାଁନ୍ତି। ସେମାନେ ଚାହାଁନ୍ତି ଯେ, ସମସ୍ତେ ସେମାନଙ୍କର ପରିଶ୍ରମ ଏବଂ ବଳିଦାନକୁ ଲୋକ ଚିହ୍ନନ୍ତୁ। ପ୍ରଂଶସା ଓ ଶୁଭକାମନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧୋନୀ ଧନ୍ୟବାଦ ଜଣାଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories