www.samajalive.in
Friday, December 12, 2025
16.1 C
Bhubaneswar

ଗଣେଶ ପୂଜା ପାଇଁ ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ବର: ଗଣେଶ ପୂଜା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପ୍ରସଙ୍ଗ। ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ଏ ନେଇ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ଯିବାକୁ କହିଲେ କୋର୍ଟ। ଟୁଇନ୍‌ ସିଟିରେ ଗଣେଶ ପୂଜା ନେଇ ମାମଲା ହୋଇଥିଲା।
କଟକ ଓ ଭୁବନେଶ୍ବର ଟ୍ବିନ୍‌ ସିଟିରେ ଗଣେଶ ପୂଜା ହେବ କି ନାହିଁ ସେଥିନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ନିଷ୍ପତ୍ତି ନେଇପାରିବେ ବୋଲି ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଆଜି ଏହି ନିର୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ବିନ୍‌ ସିଟି ମଣ୍ଡପରେ ଗଣେଶ ପୂଜା ଉପରେ ପ୍ରତିବନ୍ଧକ କମିଶନରେଟ ପୁଲିସ ପ୍ରତିବନ୍ଧକ ଲଗାଇଥିଲା। ଏପରିକି ସାର୍ବଜନୀନ ଗଣେଶ ପୂଜା ଆୟୋଜନ କଲେ ଆୟୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରରେଟ୍‌ ପୁଲିସ ଚେତାବନୀ ଦେଇଥିଲା। ଏହାକୁ ବିରୋଧ କରି କଟକର ବୁଢା ଗଣେଶ ପୂଜା କମିଟିର ହାଇକୋର୍ଟରେ ସଭାପତି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହାର ବିଚାର କରି ସ୍ଥାନୀୟ ପ୍ରଶାସନ ଗଣେଶ ପୂଜା ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ହାଇକୋର୍ଟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ଆଉ ଦିନକ ପରେ ଅର୍ଥାତ ଅଗଷ୍ଟ ୨୨ରେ ଗଣେଶପୂଜା ପଡୁଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories