www.samajalive.in
Wednesday, December 10, 2025
16.1 C
Bhubaneswar

ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ିଛି, ବନ୍ୟା ପରିସ୍ଥିତି ନାହିଁ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଜନିତ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମୀକ୍ଷା କରିଛନ୍ତି। ଏସ୍‌ଆର୍‌ସି ଏବଂ ବିଭିନ୍ନ ଜିଲାର ଜିଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ କଥା ହେଲେ। ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୫୮.୫ ମିମି ବର୍ଷା ହୋଇଛି। ୫ ଜିଲାରେ ୧୦୦ ମିଟରୁ ଅଧିକ ବର୍ଷା ହୋଇଥିବାବେଳେ ୧୦ ଜିଲାରେ ୫୦ ମିମିରୁ ଅଧିକ ହୋଇଛି। କଟକ ଜିଲା ସାଲେପୁର ବ୍ଲକରେ ସର୍ବାଧିକ ୩୦୦ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି। ବନ୍ୟା ପରିସ୍ଥିତି ନାହିଁ। ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଏସ୍‌ଆର୍‌ସି ପ୍ରକାଶ କରିଛନ୍ତି।
ରାଜ୍ୟରେ ଲଗାଣ ବର୍ଷା ଜନିତ ସ୍ଥିତି ନେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାରେ ବନ୍ୟା ଆଶଙ୍କା ନାହିଁ। ନଦୀ ବନ୍ଧ ଦୁର୍ବଳ ନାହିଁ। ବର୍ଷା ଯୋଗୁ ତଳିଆ ଜାଗାରେ ପାଣି ଜମିଛି। ସବୁ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories