www.samajalive.in
Saturday, December 13, 2025
14.1 C
Bhubaneswar

ଡାକ୍ତରଖାନା କର୍ମଚାରୀ କରୋନା ଆକ୍ରାନ୍ତ, ୨୪ଘଣ୍ଟା ଓପିଡି ବନ୍ଦ

ଆଠଗଡ : ଆଠଗଡ ଡାକ୍ତରଖାନାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆସନ୍ତା ଗୁରୁବାର ସକାଳ ୮ଟା ଠାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ୨୪ଘଣ୍ଟାପାଇଁ ଓପିଡି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଜରୁରୀକାଳିନ ସେବା ଜାରି ରହିବ ବୋଲି ଡାକ୍ତରଖାନା ଅଧିକ୍ଷକ ପ୍ରକାଶ କରିଛନ୍ତି। ମଙ୍ଗଳବାର ଆଠଗଡ ଡାକ୍ତରଖାନାରେ ହୋଇଥିବା ଆଣ୍ଟିଜେନ ପରୀକ୍ଷଣରେ ଯେଉଁ ୩୭ଜଣଙ୍କର ସ୍ୱାବ୍‍ ନମୁନା ପରୀକ୍ଷା କରାଯାଇଥିଲା ସେମାନଙ୍କ ମଧ୍ୟରୁ ୫ଜଣଙ୍କର କରୋନା ପଜିଟିଭ ବାହାରିଥିବା ଜଣାପଡିିଛି। ଜଣେ ୧୦ବର୍ଷ ବୟସ୍କା ବାଳିକାଙ୍କ ସମେତ ୩ଜଣ ମହିଳା ଓ ୨ଜଣ ପୁରୁଷ ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଜଣେ କର୍ମଚାରୀ ରହିଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରୁ ଆଠଗଡ ଉପକୋଷାଗାର ଅଧିକାରୀଙ୍କ ୨ଜଣ ସଂପର୍କୀୟ କଟକ ମହାନଗର ନିଗମ ଅଞ୍ଚଳର ହୋଇଥିବାବେଳେ ଜଣେ ପୂର୍ବରୁ ଆକ୍ରାନ୍ତ ତହସିଲ କର୍ମଚାରୀଙ୍କ ପତ୍ନୀ। ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ମାଧବପୁରସ୍ଥିତ ଜିମସାର କୋଭିଡ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ୧୦ବର୍ଷର ବାଳିକାକୁ ନିଜ ଘରେ ସ୍ୱତନ୍ତ୍ର ସୁବିଧା ଥିବାରୁ ସେଠାରେ ସଙ୍ଗରୋଧରେ ରଖି ଆବଶ୍ୟକୀୟ ଚିକିତ୍ସା କରାଯାଉଛି ବୋଲି ଆଠଗଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଓ ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ସୁତ୍ରରୁ ପ୍ରକାଶ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କଣ୍ଟାକ୍ଟ ଟ୍ରେସିଂ ମାଧ୍ୟମରେ ଠାବ କରାଯାଇ ସ୍ୱାବ୍‍ ନମୁନା ପରୀକ୍ଷା କରାଯିବ ବୋଲି ଏନଏସି ପକ୍ଷରୁ କୁହାଯାଇଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories