www.samajalive.in
Saturday, December 6, 2025
23.1 C
Bhubaneswar

ପ୍ଲାଜମା ଦାନ କଲେ ଶିକ୍ଷକ ସୂର୍ଯ୍ୟନାରାୟଣ

ପାତ୍ରପୁର: ପାତ୍ରପୁର ବ୍ଲକ ଆମୁଣ୍ଡି ବିଦ୍ୟାଳୟର ସହକାରୀ ଶିକ୍ଷକ ସୂର୍ୟ୍ୟନାରାୟଣ ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲ ଯାଇ ମାତ୍ର ୬ ଦିନ ରହି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହା ପରେ ଜଣେ କୋଭିଡ ଯୋଦ୍ଧା ଭଳି ପୁଣି ଥରେ ନିଜ କାର୍ଯ୍ୟରେ ଯୋଗ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଗଂଜାମ ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ବୁଧବାର ସେ ପ୍ଲାଜମା ଦାନ କରିବା ଫଳରେ ପାତ୍ରପୁର ବ୍ଲକରେ ବିଭିନ୍ନ ମହଲରେ ତାଙ୍କୁ ଅଭିନନ୍ଦନ ମିଳିଛି। ଆଜି ପ୍ଲାଜମା ଦାନ କରିବା ପରେ ସେ ଅନ୍ୟ କରୋନା ସୁସ୍ଥ ରୋଗୀମାନେ ଏଥିପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଆଜି ତାଙ୍କ ସହିତ ଏହି ଅବସରରେ ଓଡିଶା ଜୀବିକା ମିଶନର ବିଏଲସି ଦୀନବନ୍ଧୁ ପ୍ରଧାନ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ । ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories