www.samajalive.in
Friday, December 12, 2025
15.1 C
Bhubaneswar

ପୁଣି ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ଲୁଣାବନ୍ଧ; କୂଳ ଲଂଘିଲା ନଦୀ, ଗାଁ ଦାଣ୍ଡ ଓ ଚାଷଜମିରେ ଲହଡି ଭାଙ୍ଗୁଛି ଜୁଆରପାଣି

ଆରଡି : ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଲଗାଣବର୍ଷା ଯୋଗୁ କିଛିଦିନ ହେବ ଆରଡି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ଉଛୁଳିବାରେ ଲାଗିଛି ମଙ୍ଗଳବାର ଅମାବାସ୍ୟା ତିଥି ଥିବାରୁ ଉପରମୁଣ୍ଡରୁ ଆସୁଥିବା ବର୍ଷାପାଣି ନିଷ୍କାସନରେ ବାଧକ ସାଜିଛି ସମୁଦ୍ର ଜୁଆରପାଣି। ଫଳରେ ଆରଡି ନିକଟସ୍ଥ ମୁଆଁ ନିକଟରେ ପୁଣି ବୈତରଣୀ ନଦୀ କୂଳ ଲଂଘିବା ସହ କିଛିଦିନ ତଳେ ଲୁଣାବନ୍ଧ ପ୍ରାୟ ୩ଶହ ଫୁଟ ଧସି ଯାଇଥିବା ବେଳେ ମଙ୍ଗଳବାର ଜୁଆରପାଣି ମାଡରେ ୨ଶହ ଫୁଟ ଲୁଣାବନ୍ଧ ନଦୀ ମଧ୍ୟକୁ ଚାଲିଯାଇଥିବା ନଦୀକୂଳିଆବାସୀ ପ୍ରକାଶ କରିଛନ୍ତି। ଫଳରେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡିଛି। ତାହାସହ ଶୀତଳପୁର ନିକଟରେ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଗତ କିଛି ମାସ ହେବ ନଦୀଗର୍ଭକୁ ଚାଲିଯାଇଥିବାରୁ ଜୁଆର ସମୟରେ ନଦୀକୂଳ ଲଂଘି ଜୁଆରପାଣି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି। ମୁଆଁ ନିକଟରେ ନଦୀବନ୍ଧକୁ ସୁରକ୍ଷା ଦେବାପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ମାତ୍ର କେହିଖଣ୍ଡ ବାଉଁଶ ପାତିଆରେ ଆଡା ଦିଆଯାଇଥିଲେ ମଧ୍ୟ ବାଲିବସ୍ତା ଦିଆଯାଇନଥିବାରୁ ଉକ୍ତ ସ୍ଥାନରେ ନଦୀବନ୍ଧ ଦିନକୁଦିନ ଧସିବାରେ ଲାଗିଛି ବୋଲି ମୁଆଁ ଗାଁର ନିର୍ମଳ ଦାସ, ରକ୍ଷାକର ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ତାଙ୍କ କହିବା ଅନୁଯାୟୀ ଖରାଦିନେ ନଦୀବନ୍ଧ ମରାମତି କରିବା ପାଇଁ ଯେତେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ କର୍ଣ୍ଣପାତ କରିନଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories