www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷେ ହେଲା ଠିକାଶ୍ରମିକଙ୍କୁ ମିଳିନି ଦରମା, ସମସ୍ୟା ସମାଧାନ ପାଇଁ ଦାବି

ବେଗୁନିଆ: ଖୋର୍ଦ୍ଧା ଟେଲିକମ ଜିଲ୍ଲାରେ କାର୍ୟ୍ୟ କରୁଥିବା କାଜୁଆଲ ଠିକା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ବେଗୁନିଆ ଟେଲିଫୋନ ଏକ୍ସଚେଞ୍ଜ ପରିସରରେ ଏକ ସଭା ଆୟୋଜନ ହୋଇଥିଲା। ଖୋର୍ଦ୍ଧା ଟେଲିକମ ଏସଡ଼ିଓଙ୍କ ମାଧ୍ୟମରେ ଏଜିଏମଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୯୫ମସିହାରୁ ଖୋର୍ଦ୍ଧା ଏସଡ଼ିଓଙ୍କ ଅଧୀନରେ କାର୍ଯ୍ୟ କରୁଥିବା କାଜୁଆଲ ଠିକା ଶ୍ରମିକ ମାନଙ୍କୁ ବିଏସଏନଏଲ ତରଫରୁ ମାସିକ ୧୦ହଜାର ଟଙ୍କା ଦରମା ସହିତ ଇପିଏଫ ଏବଂ ଇଏସଆଇ ମିଳୁଥିବାବେଳେ ଏବେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଦରମା ସହିତ ଇପିଏଫ କିମ୍ବା ଇଏସଆଇ ମିଳୁନାହିଁ। କାଜୁଆଲ ଠିକା ଶ୍ରମିକ ମାନେ ବ୍ଲକର ଆଭ୍ୟନ୍ତରିଣ ଏବଂ ଗ୍ରାମାଞ୍ଚଳରେ କାର୍ୟ୍ୟ କରୁଛନ୍ତି। କିନ୍ତୁ ଏବେ ବିଏସଏନଏଲ ତାର କାର୍ଯ୍ୟ ଠିକାଦାର ମାଧ୍ୟମରେ କରୁଥିବାବେଳେ ଠିକାଦାର କାଜୁଆଲ ଶ୍ରମିକମାନଙ୍କୁ ସ୍ୱଳ୍ପ ପାରିଶ୍ରମିକ ଦେଇ ଶ୍ରମିକ ମାନଙ୍କୁ ଶୋଷଣ କରିବାକୁ ଚାଁହୁଥିବାବେଳେ ଠିକାଶ୍ରମିକ ମାନେ ସେଥିରେ ରାଜି ହେଉନାହାନ୍ତି । ଫଳରେ ବିଏସଏନଏଲର ବିଭିନ୍ନ କାର୍ୟ୍ୟକ୍ଷେତ୍ରରେ ଯେଉଁ ସମସ୍ୟା ରହୁଛି ତାର ସମାଧାନ ହୋଇପାରୁନାହିଁ। ସେଥିପାଇଁ ସରକାରୀ କାର୍ଯ୍ୟଳୟଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ହୀନସ୍ତା ହେଉଥିବାର ଦେଖିବାକୁ ମିଳୁଛି। ଠିକାଦାରଙ୍କ ଠାରୁ କମ ବେତନ ନେଇ କାର୍ୟ୍ୟ କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ ଏବଂ ଏହା ଶ୍ରମ ଆଇନର ବିରୁଦ୍ଧାଚରଣ ବୋଲି ସଂଘର ନେତାମାନେ ଜଣାଇଥିବାବେଳେ ସେମାନେ ଉପଯୁକ୍ତ ପାରିଶ୍ରମିକ ନପାଇବା ପର୍ୟ୍ୟନ୍ତ କାମ କରିବେ ନାହିଁ ବୋଲି କର୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନଙ୍କୁ ଥାନା, କୋର୍ଟ ଏବଂ କଚେରୀର ଭୟ ଦେଖାଯାଉଛି ବୋଲି ସଂଘର ସଭାପତି ଗୋବିନ୍ଦ ବେହେରା ଉପସଭାପତି କପିଳେଶ୍ୱର ବେହେରା, ସନାତନ ବେହେରା ଏବଂ ଗୋପବନ୍ଧୁ ସୁବୁଦ୍ଧି ପ୍ରମୁଖ ଜଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories