www.samajalive.in
Wednesday, December 10, 2025
14.1 C
Bhubaneswar

ପିଏମ କେୟାର୍ସରୁ ପାଣ୍ଠି ସ୍ଥାନାନ୍ତର ଆବେଦନ ଖାରଜ

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବୋଚ୍ଚ ନ୍ୟାୟାଳୟ ପିଏମ କେୟାର୍ସରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପିଏମ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରେ ଜମା କିମ୍ବା ସ୍ଥାନାନ୍ତର କରାଯାଇପାରିବ ନାହିଁ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଯେ କେହି ସ୍ବେଚ୍ଛାକୃତ ଭାବରେ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଦାନ କରିପାରିବେ ତେଣୁ ନୂତନ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନାର କୌଣସି ଆବଶ୍ୟକତା ନାହିଁ।

- Advertisement -

ସୁପ୍ରିମକୋର୍ଟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଟଙ୍କା ହସ୍ତାନ୍ତର କରିବାକୁ ମନା କରି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ସୃଷ୍ଟି ହୋଇଥିବା ଏକ ବିଧି ବ୍ୟବସ୍ଥା। ସୁପ୍ରିମକୋର୍ଟ ଏହି ଜନସ୍ୱାର୍ଥ ଆବେଦନ ଉପରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁଲାଇ ୨୭ରେ ଆଦେଶ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ ଯେ ପିଏମ କେୟାର୍ସ ପାଣ୍ଠିରେ ସଂଗୃହିତ ଅର୍ଥ ଏନଡିଆରଏଫକୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ କାରଣ ପୃଥକ ବ୍ୟବସ୍ଥା ଅନୁଯାୟୀ ଉଭୟ ପାଣ୍ଠି ସୃଷ୍ଟି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories