www.samajalive.in
Saturday, December 6, 2025
26.1 C
Bhubaneswar

ଯୋଗୀଙ୍କ ରାସ୍ତାରେ ୟେଦୁରପ୍ପା: ବେଙ୍ଗାଲୁର ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଭରଣା ହେବ କ୍ଷୟକ୍ଷତି ରାଶି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାସ୍ତାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । କେଜି ହଲ୍ଲି ଓ ଡ଼ିଜି ହଲ୍ଲି ହିଂସାରେ ନଷ୍ଟ ହୋଇଥିବା ସାର୍ବଜନୀନ ସମ୍ପତ୍ତିର କ୍ଷୟକ୍ଷତି ରାଶି ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କଠାରୁ ଭରଣା କରାଯିବାକୁ ୟେଦୁରପ୍ପା ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦେଶାନୁସାରେ ରାଜ୍ୟ ସରକାର କ୍ଲେମ୍ କମିଶନ ପଦରେ ନିଯୁକ୍ତି ନିମନ୍ତେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ।
 କେଜି ହଲ୍ଲି ଓ ଡ଼ିଜି ହଲ୍ଲିରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ୟେଦୁରପ୍ପା କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଆଇନ (ୟୁଏପିଏ) ଅନୁସାରେ ମକଦ୍ଦମା କରାଯିବ । ଏକ ବିଶେଷ ଅନୁସନ୍ଧାନକାରୀ ଦଳ (ସ୍ପେସାଲ ଇନଭେଷ୍ଟିଗେସନ ଟିମ) ପ୍ରଥମରୁ ଏହି ମାମଲାର ବିସ୍ତୃତ ଯାଞ୍ଚ କରିଛନ୍ତି ଓ ୩ ସରକାରୀ ଓକିଲଙ୍କ ଏକ ଦଳ ମାମଲାର ତୁରନ୍ତ ଶୁଣାଣି ନିମନ୍ତେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆବଶ୍ୟକ ପଡ଼ିଲେ ଗୁଣ୍ଡା ଆକ୍ଟ (ଗୁଣ୍ଡା ଆଇନ) ଧାରାରେ ମକଦ୍ଦମା କରାଯିବ ବୋଲି ବିଚାର ଚାଲିଛି । ଏ ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖ ରାତିରେ କର୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବିଳମ୍ବିତ ରାତିରେ ଭୟଙ୍କର ହିଂସାକାଣ୍ଡ ସଂଘଟିତ ହୋଇଛି । ଏହି ଘଟଣାରେ ବର୍ତମାନ ସୁଦ୍ଧା ୪ ଜଣ ମୃତ୍ୟୁ ବରଣ କରିଛନ୍ତି । ହିଂସାକାଣ୍ଡ ରାତିରେ ୩ ଜଣଙ୍କ ମୃତ୍ୟୁଘଟିଥିବାବେଳେ ପରେ ଡ଼ାକ୍ତରଖାନାରେ ଜଣେ ମୃତ୍ୟୁବରଣ କରିଛନ୍ତି । ଏଥିରେ ୬୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ଓ ଦଙ୍ଗାକାରୀମାନେ ପ୍ରାୟ ୨୫୦ ଗାଡ଼ି ପୋଡ଼ି ଦେଇଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories