www.samajalive.in
Saturday, December 6, 2025
26.1 C
Bhubaneswar

ବଦଳିଲେ କମିଶନରରେଟ୍‌ ପୁଲିସ ଥାନା ଅଧିକାରୀ

ଭୁବନେଶ୍ବର: ପୁଲିସ କମିଶନରେଟ ପକ୍ଷରୁ ୨ଜଣ ଆଡିସ୍‌ନାଲ୍‌ ଡିସିପି, ୧୭ଜଣ ଆଇଆଇସି, ୫ଜଣ ଏସ୍‌ଆଇ ଏବଂ ଜଣେ ଏଏସ୍‌ଆଇଙ୍କୁ ବଦଳି କରାଯାଇଛି। କମିଶନରରେଟ୍‌ ପୁଲିସ ଅଧୀନରେ ଥିବା ବିଭିନ୍ନ ଥାନାର ଆଇଆଇସିଙ୍କୁ ଅଦଳବଦଳ କରାଯାଇଛି।
ଆଡିସ୍‌ନାଲ୍‌ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ ଭୁବନେଶ୍ବର ୟୁଡିପି ଭାବେ ବଦଳି କରାାଇଥିବାବେଳେ ସୁବାଶ ଚନ୍ଦ୍ର ମହାନ୍ତିଙ୍କୁ ଆଇବି ସେକ୍‌ସନ୍‌କୁ ବଦଳି ହୋଇଛି। ସେହିପରି ଆଇଆଇସି ଭରତଚରଣ ସାହୁଙ୍କୁ କ୍ୟାପିଟାଲ୍‌ ଥାନା, ଶରତ କୁମାର ସାହୁଙ୍କୁ ନୟାପଲ୍ଲୀ ଥାନା, ଯୁବରାଜ ସ୍ବାଇଁଙ୍କୁ ଚନ୍ଦ୍ରଶେଖରପୁର ଥାନା, ଅରୁଣ କୁମାର ସ୍ବାଇଁଙ୍କୁ ଖାରବେଳ ଥାନା, ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଲକ୍ଷ୍ମୀସାଗର ଥାନା, ବିଶ୍ବରଞ୍ଜନ ସେନାପତିଙ୍କୁ ନନ୍ଦନକାନନ ଥାନା, ବିଶ୍ବରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା, ଦୀପକ କୁମାର ମିଶ୍ରଙ୍କୁ ଏୟାର୍‌ଫିଲ୍ଡ ଥାନା, ଅଞ୍ଜଳି ଛୋଟରାୟଙ୍କୁ ଟ୍ରାଫିକ୍‌ ଥାନା ଚନ୍ଦ୍ରଶେଖରପୁର, ଦୟାନିଧି ନାୟକଙ୍କୁ ଧଉଳିଥାନା, ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନା, ବିରଞ୍ଚି ନାରାୟଣ ପତିଙ୍କୁ ଚୌଦ୍ବାର ଥାନା, ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବାଦାମବାଡ଼ି ଥାନା, ରବୀନ୍ଦ୍ରନାଥ ମେହେରଙ୍କୁ ଜଗତପୁର ଥାନା, ପ୍ରଦୀପ୍ତ କିଶୋର ନାୟକଙ୍କୁ ମର୍କତନଗର ଥାନା, ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଥାନା, ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ସହିଦନଗର ଥାନାକୁ ବଳଦି କରାଯାଇଛି। ସେହିପରି ଏସ୍‌ଆଇ ମହମ୍ମଦ ଜାମ୍‌ସେଦ୍‌ଙ୍କୁ ଖଣ୍ଡଗିରି ଥାନା, ଶୁଭ୍ରାନ୍ତ କୁମାର ଜେନାଙ୍କୁ ଚନ୍ଦକା ଥାନା, ସଙ୍ଗୀତା ଦାଶଙ୍କୁ ଶ୍ରୀଲିଙ୍ଗରାଜ ଥାନା, ସଞ୍ଜୁକ୍ତା ସାହୁଙ୍କୁ ସହିଦନଗର ଥାନା, ହୃଶିକେଶ ପ୍ରଧାନଙ୍କୁ ବାଲିପାଟଣା ଥାନା, ଶୁଭଶ୍ରୀ ଶୁଭସ୍ମିତା ଗୁରୁଙ୍କୁ ପୁଲିସ କମିଶନରେଟ୍‌ ହେଡ୍‌କ୍ବାଟରକୁ ବଦଳି ହୋଇଛି। ଏଏସ୍‌ଆଇ ଫକିର ଚରଣ ପ୍ରଧାନଙ୍କୁ ଜେଏମ୍‌ଏଫ୍‌ସିକୁ ବଦଳି କରାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories