www.samajalive.in
Friday, December 5, 2025
17.1 C
Bhubaneswar

ସାର୍କ ସହ ଲଢି ପତ୍ନୀଙ୍କ ଜୀବନ ବଞ୍ଚାଇଲେ ପତି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ୩୫ ବର୍ଷିୟ ଶାଣ୍ଟେଲ ଡୋଏଲ୍ ନ୍ୟୁ ସାଉଥ ୱେଲ୍ସର ପୋର୍ଟ ମାକଭୋରୀର ଶେଲି ବିଚରେ ସର୍ଫି କରୁଥିବା ସମୟରେ ଏକ ସାର୍କ ତାଙ୍କୁ ଆକ୍ରମଣ କରିଥିଲା। ସେହି ସମୟ​‌ରେ ନିକଟରେ ଥିବା ତାଙ୍କ ପତି ସର୍ଫ ବୋର୍ଡରୁ ସାର୍କ ଉପରକୁ ଡିଆଁ ମାରି ସାର୍କକୁ ବିଧା ମାରି ଚାଲିଥିଲେ, ଯେଉଁ ପର୍ଯ୍ୟନ୍ତ ସାର୍କ ତାଙ୍କ ପତ୍ନୀଙ୍କୁ ଛାଡିନଥିଲା। ବିପଜ୍ଜନକ ଅବସ୍ଥାରେ ସାର୍କ ସହ ଲଢି ପତ୍ନୀଙ୍କ ଜୀବନ ରକ୍ଷା କରିବା ପରେ ତାଙ୍କ ପତ୍ନୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories