www.samajalive.in
Saturday, December 6, 2025
17.1 C
Bhubaneswar

ରାସ୍ତା ମଝିରେ ଜଳିଗଲା ବିସ୍କୁଟ ବୋଝେଇ କଣ୍ଟେନର…ଦେଖନ୍ତୁ ଭିଡ଼ିଓ

ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ବିସ୍କୁଟ ବୋଝେଇ କଣ୍ଟେନର। ଜୀବନ ବିକଳରେ ଗାଡ଼ିରୁ ବାହାରି ଦୌଡ଼ି ପଳେଇଲେ ଡ୍ରାଇଭର ଓ ହେଲପର। ଅଳ୍ପକେ ସେମାନଙ୍କ ଜୀବନ ବର୍ତ୍ତି ଯାଇଥିବା ଜଣାପଡିଛି। ୧୬ ନଂ ଜାତୀୟ ରାଜପଥ ମୋଟେଲ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, କଣ୍ଟେନରଟି ବିସ୍କୁଟ ବୋଝେଇ କରି ତାମିଲ୍ ନାଡୁରୁ କୋଲକତାକୁ ଯାଉଥିଲା। କିନ୍ତୁ ହଠାତ ଗାଡି ଚଳନ୍ତା ଅବସ୍ଥାରେ ପଛପଟରୁ କେଉଁଭଳି ଭାବେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ କଣ୍ଟେନରଟି ନିଆଁର ପ୍ରକୋପରେ ଜଳିଯାଇଥିଲା। ଗାଡ଼ିରେ ନିଆଁ ଲାଗିଯିବା ଦେଖି ଡ୍ରାଇଭର ଓ ହେଲପର ପ୍ରାଣ ବିକଳରେ ବାହାରକୁ ଦୌଡ଼ି ପଳାଇଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। କିନ୍ତୁ ଗାଡି ଭିତରେ ଥିବା ସମସ୍ତ ବିସ୍କୁଟ ପ୍ୟାକେଟ ଜଳି ପୋଡି ଯାଇଥିବା ସୂଚନା ମିଳିଛି।

- Advertisement -

https://www.youtube.com/watch?v=W-u2Mth1wnc

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories