www.samajalive.in
Friday, December 12, 2025
16.1 C
Bhubaneswar

ସାତଶଙ୍ଖ ବଜାରରେ ୨ଟି ଦୋକାନ ଓ ଗୋଦାମରୁ ଲୁଟ୍‍ : ଲୁଟ୍ ପରେ ଗୋଦାମକୁ ପୋଡି ଦେଲେ ଦୁର୍ବୃତ୍ତ

ପିପିଲି : ପିପିଲି ଥାନା ସାତଶଙ୍ଖ ବଜାର ସ୍ଥିତ ସାପ୍ତାହିକ ହାଟ ମଧ୍ୟରେ ଥିବା ଦୁଇଟି ହୋଲ୍‍ସେଲିଂ ଦୋକାନ ସମେତ ଏକ ଗୋଦାମରୁ ଶନିବାର ରାତିରେ ୩୦ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ସମେତ ଟଙ୍କା ଲୁଟି ନେବାରେ ଦୁର୍ବୃତ୍ତମାନେ ସଫଳ ହୋଇଛନ୍ତି। ଲୁଟିବା ପରେ ଦୁର୍ବୃତ୍ତମାନେ ଗୋଦାମ ଘରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବାବେଳେ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।
ପ୍ରାପ୍ତ ସୂଚନା ଅନୁସୁରେ, ସାତଶଙ୍ଖ ସାପ୍ତାହିକ ହାଟ ମଧ୍ୟରେ ରଥପୁରୁଷୋତ୍ତମପୁର ଗ୍ରାମର ପ୍ରତାପ କୁମାର ସାହୁଙ୍କ ହୋଲ୍‍ସେଲିଂ ଗ୍ରୋସରୀ ଦୋକାନ ଓ ଗୋଦାମ ରହିଛି। ଶନିବାର ବିଳମ୍ବିତ ରାତ୍ରିରେ କେତେକ ଦୁର୍ବୃତ୍ତ ତାଙ୍କ ଗୋଦାମ ଘରର ତାଲା ଭାଙ୍ଗି ୧୫ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଲୁଟି ନେଇଥିଲେ। ଗୋଦାମ ପାଖରେ ଥିବା ତାଙ୍କ ହୋଲସେଲିଂ ଦୋକାନର ତାଲାକୁ ଭାଙ୍ଗି ତା’ମଧ୍ୟରୁ ୧୦ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଓ ନଗଦ ୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାକୁ ଲୁଟି ନେଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେବା ସହ ଗୋଦାମଘରକୁ ନିଆଁ ଲଗାଇ ଦେଇଥିଲେ। ଏଥିରେ ତା’ମଧ୍ୟରେ ଥିବା ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହା ସହିତ ନିକଟରେ ଥିବା ଭଗବାନ ବେହେରାଙ୍କ ଅନ୍ୟ ଏକ ହୋଲସେଲିଂ ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୩ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ସାକ୍ଷୀଗୋପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଲୁଟ୍‍ ସଂପର୍କରେ ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ସାତଶଙ୍ଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ତଦନ୍ତ ଚଳାଇଥିଲେ। ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories