www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ

ମାଲକାନଗରି: ମାଲକାନଗିରି ଜିଲ୍ଲାରେ ଗତ ଏକ ସପ୍ତାହ ଧରି ବୃଷ୍ଟିପାତ ହେଉଥିବା ବେଳେ ସମସ୍ତ ନଦୀ ନାଳରେ ବର୍ଷା ଜଳ ପ୍ରବାହିତ ହୋଇ ରାସ୍ତା ଉପରେ ପାଣି ପ୍ରବାହିତ ହେଉଅଛିା ଜିଲ୍ଲାର ତାର୍ଲାକୋଟା ନଦୀ, ପାଙ୍ଗାମ ନଦୀ, କୋରୁକୋଣ୍ଡା ନଦୀ, ପୋଟେରୁ ନଦୀ, କାଙ୍ଗୁରୁକୋଣ୍ଡା, ଏମ୍‍.ଭି. ୯୦, ଏମ୍‍.ଭି. ୯୬, କନ୍ୟାଶ୍ରମ ତଥା ଗ୍ରାମାଂଚଳରେ ମଧ୍ୟ ଅନେକ ରାସ୍ତା ବୁଡି ରହିଛିା ଯାହାଫଳରେ ବିଭିନ୍ନ ଅଂଚଳରେ ଯାତାୟାତ ବନ୍ଦ ହୋଇ ଯାଇଛିା

ବିଶେଷ କରି ମାଲକାନଗିରି ଠାରୁ ମୋଟୁ ରାସ୍ତା ଗତ ତିନିଦିନ ଧରି ବନ୍ଦ ରହିଥିବା ବେଳେ ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉପର ଦେଇ ତିନିରୁ ଚାରିଫୁଟ ପାଣି ପ୍ରବାହିତ ହେଉଅଛିା ଯାହାଫଳରେ ନିକଟବର୍ତୀ ଅଂଚଳର ଗ୍ରାମ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ କେତେକ ଲୋକଙ୍କ ଘର କାନ୍ଥ ଭୁସୁଡି ଥିବା ମଧ୍ୟ ଜଣାପଡିଛି। ତଳୁଆ ଅଂଚଳ ପୋଟେରୁ ଠାରୁ ମୋଟୁ ପର୍ଯ୍ୟନ୍ତ ଜଳର ପ୍ରବାହ ଅତ୍ୟଧିକ ରହିଥିବା ଯୋଗୁଁ ଏହି ଅଂଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଏହି ଅଂଚଳର ଗ୍ରାମ ଗୁଡିକରେ ବନ୍ୟା ପାଣି ପସି ଯିବାରୁ ରାସ୍ତାଘାଟ ଧୋଇ ହୋଇ ଯାଇଥିବା ବେଳେ ଜୀବନ ଜୀବିକା ଠପ୍‍ ହୋଇ ପଡିଛିା ଏଭଳି ପରିସ୍ଥଇତିରେ ବିଭିନ୍ନ ସରକାରୀ କର୍ମଚାରୀ ଲୋକଙ୍କୁ ସହାୟତା ଯୋଗାଇବା ନିମନ୍ତେ ଅଂଟା ଭିଡିଥିବା ବେଳେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ବିଭିନ୍ନ ଅଂଚଳ ଗସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories