www.samajalive.in
Friday, December 5, 2025
20.1 C
Bhubaneswar

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ୧୬ ଅଗଷ୍ଟ ଅର୍ଥାତ ଆଜି ଠାରୁ ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପର ଠାରୁ ମାର୍ଚ୍ଚ ମାସରୁ ହିଁ ବୈଷ୍ଣବୀ ଦେବୀଙ୍କ ଯାତ୍ରା ବନ୍ଦ କରାଯାଇଥିଲା। ପ୍ରଥମ ସପ୍ତାହରେ ୨୦୦୦ ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ ପାଇଁ ଯାଇପାରିବେ। ଯେଉଁଥିରେ ୧୯୦୦ ଭାରତୀୟ ଓ ୧୦୦ ଜଣ ବିଦେଶୀ ଯାତ୍ରୀ ରହିବେ।
ଏହି ଯାତ୍ରାରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଯାତ୍ରା ପୂର୍ବରୁ ଅନଲାଇନରେ ପଞ୍ଜୀକରଣ କରିବା ପରେ ହିଁ ଦର୍ଶନ ପାଇଁ ଅନୁମତି ମିଳିବ। ଭକ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ରୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏହା ବାଧ୍ୟତାମୂଳକ। ସମସ୍ତ ଯାତ୍ରୀଙ୍କର ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନି କରାଯିବ।ଲୋକଙ୍କୁ ଫୋନରେ ଆରୋଗ୍ୟ ସେତୁ ଆପ୍ ଡ଼ାଉନଲୋଡ଼ କରିବାକୁ ପଡ଼ିବ।
ଏହାସହ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ରୋଗସହ ଜଡ଼ିତ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଯିବାକୁ ଅନୁମତି ନାହିଁ। ଏହାସହ ମା’ଙ୍କ ମନ୍ଦିର ପରିସରରେ ୬୦୦ ରୁ ଅଧିକ ଲୋକେ ଏକତ୍ରିତ ହୋଇପାରିବେ ନାହିଁ। ଏହି ସମସ୍ତ ନିୟମ ପ୍ରଥମେ ୩୦ ସେପ୍ଟେମ୍ବର ଯାଏଁ କଡ଼ାକଡ଼ି ଭାବେ ପାଳନ ହେବ। ଶ୍ରଦ୍ଧାଳୁ ମାନେ ମନ୍ଦିର ଭିତରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଦେବୀଦେବତାଙ୍କ ପ୍ରତିମାକୁ ଛୁଇଁବାକୁ ମଧ୍ୟ ବାରଣ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories