www.samajalive.in
Friday, December 5, 2025
26.1 C
Bhubaneswar

ନୃସଂଶତାର ସବୁ ସୀମା ଟପିଗଲେ; ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର ପରେ ଜିଭ କାଟି ନିର୍ମମ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳିକାଙ୍କ ମୃତଦେହ ମିଳିବା ପରେ ଏହି ଲୋମଟାଙ୍କୁରା ଘଟଣା ପଦାକୁ ଆସିଛି। ଦୁର୍ବୃତ୍ତମାନେ କେବଳ ଗଣବଳାତ୍କାର କରିନାହାନ୍ତି, ନୃସଂଶତାର ସବୁ ସୀମା ଟପିଯାଇ ନାବଳିକାଙ୍କ ୨ଟି ଆଖି ନଷ୍ଟ କରିଦେବା ସହିତ ତାଙ୍କ ତଣ୍ଟିରେ ପଟା ପକାଇ ଘୋଷାରିଛନ୍ତି ଏବଂ ଜିଭକୁ ବି କାଟି ଦେଇଛନ୍ତି। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ପୁଲିସ ସୂଚନା ଅନୁସାରେ, ଗତ ୧୪ ତାରିଖ ଅପରାହ୍ନରେ ଦଳିତ ସମ୍ପ୍ରଦାୟର ଏହି ନାବାଳିକା ଛାତ୍ରୀ ଜଣକ ଶୌଚ ହେବା ଲାଗି ନିଜ ଘରୁ ପାଖରେ ଥିବା ଏଖ ଆଖୁ କ୍ଷେତ ନିକଟକୁ ଯାଇଥିଲେ। କିନ୍ତୁ ଅନେକ ସମୟ ବିତିଯିବା ପରେ ଆଉ ଫେରି ନ ଥିଲେ। ଫଳରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେବା ସହିତ ସ୍ଥାନୀୟ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ କରିଥିଲେ। ପରେ ଆଖୁ କ୍ଷେତ ନିକଟରୁ ତାଙ୍କର ମୃତଦେହ ମିଳିଥିଲା। ନାବାଳିକାଙ୍କ ତଣ୍ଟିରେ ଏକ ପଟା ବନ୍ଧାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କ ଜିଭ କାଟିଦେଇଥିଲେ। ୨ଟି ଆଖିକୁ ବି ନଷ୍ଟ କରିଦେଇଥିଲେ। ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ସେମାନେ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲେ ସେତେବେଳେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଗଲେ। ଜଗଦୀଶ, ସନ୍ତୋଷ ଏବଂ ସଞ୍ଜୟ ନାମକ ୩ ଯୁବକ ନାବାଳିକାଙ୍କ ସହିତ ଏପରି ଘୃଣ୍ୟ କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ୨ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories