www.samajalive.in
Thursday, December 11, 2025
18.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟରେ ୭୪ ତମ ସ୍ୱାଧୀନତାଦିବସ ପାଳିତ

ଗୁରୁଡିଝାଟିଆ: ଲୋକସେବକ ମଣ୍ଡଳ ଓ ‘ସମାଜ’ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ୍‌ ମେଡ଼ିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଜିମ୍‌ସାର) ତଥା ଗୋପବନ୍ଧୁ ଚିକିତ୍ସାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡା.ବିଜୟକୁମାର ମିଶ୍ର ମୁଖ୍ୟଅତିଧି ଭାବରେ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରି କହିଥିଲେ ଯେ ପ୍ରତ୍ୟେକ ନାଗରିକ ଦେଶ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ସାଙ୍ଗକୁ ନିଜ କର୍ତ୍ତବ୍ୟକୁ ସଠିକ୍‌ ଭାବେ ସମ୍ପାଦନ କରିବା ଉଚିତ। ଏହା ଦେଶର ପ୍ରଗତି ପଥରେ ସହାୟକ ହୋଇପାରିବ ଏବଂ ସହିଦମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଦେଶ ଏବେ ସନ୍ଧିଘଢ଼ି ମୂହର୍ତ୍ତରେ କଠିନ ସମୟ ଦେଇ ଗତିକରୁଛି। କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି। ଏଥିରେ ଆମ ଦେଶ ଓ ରାଜ୍ୟ ମଧ୍ୟ କୋଭିଡ଼୍ ମହାମାରୀ ବିରୁଦ୍ଧରେ ମିଳିତ ଭାବରେ ଲଢ଼େଇ କରୁଛନ୍ତି। ସେବା ମନୋଭାବ ନେଇ କୋଭିଡ଼୍ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଆହ୍ବାନ ଦେଇଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପଦ୍ମଚରଣ ଦାଶ କହିଥିଲେ ଯେ ସ୍ୱାଧୀନତା ଦିବସ ଆମସମସ୍ତଙ୍କ ପାଇଁ ଏକ ଗୌରବୋଜ୍ଜଳ ଓ ମହନୀୟ ଦିବସ ଅଟେ। ଦେଶ ପାଇଁ ଆତ୍ମବଳୀ ଦେଇଥିବା ମହାପୁରୁଷ ଓ ସହୀଦମାନଙ୍କ ତ୍ୟାଗ ଓ ତିତିକ୍ଷାକୁ ସ୍ମରଣ କରି ଆମେ ଦେଶଗଠନରେ ମହନୀୟ ଭୂମିକା ଗଠନ କରି ଆଗକୁ ଆଗେଇ ଆସିବା ଆବଶ୍ୟକ। ଏହା ହେଲେ ଆମ ଦେଶ ବିଶ୍ୱରେ ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ କୋଭିଡ଼୍ ଚିକିତ୍ସାଳୟର ସମସ୍ତ ଚିକିତ୍ସକ, ସେବିକା ସହିତ ଗୋପବନ୍ଧୁ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ କରିଥିଲେ। ଚିକିତ୍ସାଳୟର ପ୍ରବନ୍ଧକ ନିତ୍ୟସୁନ୍ଦର ସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories