www.samajalive.in
Friday, December 5, 2025
20.1 C
Bhubaneswar

ରେଙ୍ଗାଲି ଅଞ୍ଚଳରେ ସ୍ୱାଧିନତା ଦିବସ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ସଦର ମହକୁମା ସମେତ ଏହାର ସମସ୍ତ ପୁରପଲ୍ଲୀରେ ଆଜି ପବିତ୍ର ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତେ୍ୱ କୋଭିଡ୍ -୧୯ କଟକଣା ସହିତ ବ୍ଳକ୍, ତହସିଲ , ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ,ବ୍ୟାଙ୍କ୍ ପୋଷ୍ଟ ଅପିସ୍ ଆଦି ବିଭିନ୍ନ ସରକାରୀ ବେସରକାରୀ ପ୍ରତିଷ୍ଠାନ, ସମସ୍ତ ସ୍କୁଲ କଳେଜ, ଶିଳ୍ପାନୁଷ୍ଠାନ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତଗାନ କରାଯାଇଥିଲା। ରେଙ୍ଗାଲି ତହସିଲରେ ତହସିଲଦାର ସୁନୀଲ କୁମାର ମେହେର ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ବ୍ଳକ୍ କାର୍ଯ୍ୟାଳୟରେ ବିଡିଓ ଶଙ୍କର ପ୍ରସାଦ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରେଙ୍ଗାଲି, ଠେଲକୋଲୋଇ, କତରବଗା ଥାନାରେ ଥାନା ଅଧିକାରୀ ପତାକା ଉତ୍ତୋଳନ କରିଥିଲେ। ବ୍ଳକ୍ର ଲଇଡାର ପୁଜ୍ୟ ପୂଜାସଂସଦ ଏବଂ ସ୍ୱାଧିନତା ସଂଗ୍ରାମୀ ରାଜୀବଲୋଚନ ତିଓାରୀ ପାଠାଗାରରେ ପୂଜ୍ୟପୂଜା ସଂସଦର ସଭାପତି ସରୋଜ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯକ୍ରମରେ ଶିକ୍ଷାବିତ୍ ଗୋପବନ୍ଧୁ ପୃଷ୍ଟି, ପତାକାଉତ୍ତୋଳନ କରିଥିବାବେଳେ ବୀରବାହୁ ଭବନରେ ଅଧ୍ୟାପକ ଶୋଷିତ ନାଏକ ଙ୍କ ସଭାପତିତ୍ୱରେ ସର୍ବାନନ୍ଦ ସର୍ଫାଜ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଲଇଡା ସେବା-ସମବାୟ ସମିତିରେ ସମ୍ପାଦକ ଗଜିନ୍ଦ୍ର ରଣା ଙ୍କ ସଭାପତିତ୍ୱରେ ପୂର୍ବତନ ସଭାପତି ସରୋଜ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଲଇଡା ସ୍ଥିତ ଆମ୍ବେଦକର ଭବନରେ ଅଧ୍ୟାପକ ପ୍ରେମସାଗର ବାଗଙ୍କ ସଭାପତିତ୍ୱରେ ସ୍ୱେଚ୍ଛାସେବୀ ଭାରତ କରାଲି ଏବଂ ବିଜେପି ଲଇଡା ମଣ୍ଡଲ କାର୍ଯ୍ୟାଳୟରେ ପ୍ରକାଶ ପୃଷ୍ଟି ଙ୍କ ସଭାପତିତ୍ୱ ରେ ମଣ୍ଡଲ ସଭାପତି ଜୟନାରାୟଣ ନାଏକ ପତାକା ଉତ୍ତୋଳନ କରିଥିଲେ। ଖିଣ୍ଡାର ବୀର ସୁରେନ୍ଦ୍ର ସାଏ ଶ୍ରମିକସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି କିରଣ ବେହେରା ପତାକା ଉତ୍ତୋଳନ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories