www.samajalive.in
Sunday, December 7, 2025
23.1 C
Bhubaneswar

ଭଙ୍ଗା ଦଦରା ମାଟି କୁଡିଆରେ ଦୟନୀୟ ଜୀବନ ଜିଉଁଛନ୍ତି ଅସହାୟ ପରିବାର

କଲମପୁର: ସମଗ୍ର ଦେଶ ଉତ୍ସବ ମୁଖର। କାରଣ ପାଳନ ହେଉଛି ୭୪ ତମ ସ୍ୱାଧୀନତା ଦିବସ। ଜନ ମଙ୍ଗଳ ରାଷ୍ଟ୍ରରେ ସମସ୍ତ ଜନତାଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ସରକାରଙ୍କ ଦାୟିତ୍ୱ। କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଆଜି ବି ଅନେକ ଅସହାୟ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ସମାଜରେ ବାସ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ପହଂଚି ପାରୁ ନାହିଁ ସରକାରୀ ଯୋଜନା। ଯାହା ଫଳରେ ଆଜି ମଧ୍ୟ କାହାର ବାସ ଉପଯୋଗୀ ଘର ନ ଥିବା କାରଣରୁ କାହାର ଓଳି ତଳେ ପଲିଥିନ ଘୋଡାଇ ଆଶ୍ରୟ ନେଉଛି ତ କିଏ ଝାଟି ମାଟି କୁଡିଆରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ସରକାର ଏହି ଅସହାୟମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ସଠିକ ହିତାଧିକାରୀଙ୍କ ନିକଟରେ ପହଂଚି ପାରୁ ନାହିଁ ଯୋଜନା। ଯେଉଁଥିପାଇଁ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପିଣ୍ଡାପଦର ଗାଁର ୮୩ ବର୍ଷିୟ ଚାଣ୍ଡାଳ ନାଏକ ଓ ତାର ପରିବାରର ଅନ୍ୟ ୪ ସଦସ୍ୟ ଅସହାୟ ଜୀବନ ବିତାଉଛନ୍ତି। ଚାଣ୍ଡାଳ ଏବେ ବୟସର ଅପରାହ୍ନରେ। ଘରେ ତାର ରୋଗିଣୀ ସ୍ତ୍ରୀ ଯାହାର ବୟସ ଏବେ ୮୨। ବୋଝ ଉପରେ ନଳିତା ବିଡା ଭଳି ତାର ଏକ ବିଧବା ଝିଅ ଓ ନାତି ନାତୁଣୀଙ୍କ ବୋଝରେ ନୟାନ୍ତ ହେଉଛି। ଏହି ପରିବାରର ସାହା ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାସିକ ୨୫ କେଜି ଚାଉଳ ଓ ଉଭୟ ବୃଦ୍ଧ ବୃଦ୍ଧାଙ୍କୁ ମିଳୁଥିବା ମାସିକ ଭତ୍ତା ଗଣ୍ଡାକ। ଭଙ୍ଗା ଦଦରା ଘର ଥିବା ଲୋକଙ୍କୁ ସରକାର ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା କରୁଛନ୍ତି। କିନ୍ତୁ ପରିତାପର ବିଷୟ ଏ ପରିବାର ଏହି ଯୋଜନାରୁ ସହାୟତା ପାଇବାରୁ ବଂଚିତ ହେଇଛନ୍ତି। ବାରମ୍ବାର ପଂଚାୟତ ଠାରୁ ବ୍ଲକ ପର‌୍ୟ୍ୟନ୍ତ ଦୌଡୁଥିଲେ ମଧ୍ୟ ଘର ଖଣ୍ଡିକ ପାଇବାର ଯୋଗ୍ୟ ହେଇ ପାରୁ ନାହାଁନ୍ତି। ତେଣୁ ସରକାରୀ ଯୋଜନାରେ ଏ ଭଳି ଅବହେଳିତ ବଂଚିତ ହେବା ସାଧାରଣରେ ଯୋଜନା ଓ ଯୋଜନା ସମ୍ପାଦନରେ ନିୟୋଜିତ ଅଧିକାରୀଙ୍କ କାର‌୍ୟ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ବିଡିଓ ନିଶାନ ମିଶ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଏନେଇ ସେ ଜାଣିଛନ୍ତି ଓ ତାର ସମାଧାନ ପାଇଁ ସଂପୃକ୍ତ ପରିବାରକୁ ସାକ୍ଷାତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories