www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାଧୀନତା ଦିବସ ପାଇଁ ଏସ୍‍.ପିଙ୍କ ସମୀକ୍ଷା, କଡ଼ା ସୁରକ୍ଷା ବ୍ୟବସ୍ଥା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲ ପ୍ରଶାସନ ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ଶନିବାର ଓ ରବିବାର ଜିଲ୍ଲାକୁ ସଟଡାଉନ୍‍ ଘୋଷଣା କରାଯାଇଛି। ଅଗଷ୍ଟ ୧୫ ତାରିଖରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପତାକା ଉତ୍ତୋଳନ ବେଳେ ମାତ୍ର ୧୦ ଜଣରୁ ଅଧିକ ଏକତ୍ରିତ ହୋଇ ପାରିବେ ନାହିଁ। କୌଣସି ବ୍ୟକ୍ତି ବିଶେଷ ବା ସଂସ୍ଥା ପ୍ରସାସନ ଏହି ନିୟମକୁ ଉଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଭଳି ସ୍ଥଳେ ଫୁଲବାଣୀ ରିଜର୍ଭ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲା ସ୍ତରୀୟ ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ଆଜି କନ୍ଧମାଳ ଏସ୍‍.ପି ଭିନତ୍‍ ଅଗ୍ରୱାଲା ପଡ଼ିଆକୁ ଗସ୍ତ କରିବା ସହିତ ସ୍ଥିତି ପରକ୍ଷିଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମଗ୍ର ଜିଲାରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାରେ ୪ ପ୍ଳାଟୁନ୍‍ ପୁଲିସ୍‍ ନିୟୋଜିତ କରାଯାଇଛି। ୨ ଟି ଚେକ୍‍ ପୋଷ୍ଟ ସହିତ ନାକା ପଏଣ୍ଟ ଓ ପୁଲିସ୍‍ ଥାନା ମାନଙ୍କୁ ଆଲର୍ଟ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ସମଗ୍ର ଜିଲାରେ ଏହି ଜାତୀୟ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ପାଇଁ ଉତ୍ତେଜନା ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଦୃଷ୍ଟି ଦିଆଯାଇଛି ବୋଲି ଏସ୍‍.ପି ପ୍ରକାଶ କରିଛନ୍ତି। ସମଗ୍ର ଜିଲାରେ କୋଭିଡ଼୍‍ ନିୟମ ପାଳନ କରି ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ମଧ୍ୟ ନିବେଦନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories