www.samajalive.in
Friday, December 12, 2025
23.1 C
Bhubaneswar

ଯୁକ୍ତ ଦୁଇ ବିଜ୍ଞାନରେ ସଫଳତା, ଦିବ୍ୟାଙ୍ଗ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲା ଯୁବ ଗୋଷ୍ଠୀ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିଜୟନଗର ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପଦା ଗ୍ରାମର ରଞ୍ଜନ ଦାସଙ୍କ ପୁଅ ଦିବ୍ୟାଙ୍ଗ ମେଧାବୀ ଛାତ୍ର ବରଜ କୁମାର ଦାସ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୬୦୦ ରୁ ୫୦୫ ( ୮୪%) ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ବରଜ କୁମାର ଦାସଙ୍କୁ ତାଙ୍କର ଏହି ସଫଳତା ପାଇଁ ମହାକାଳପଡା ୟୁଥ୍ ଗ୍ରୁପ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା। କଠୋର ଅଧ୍ୟାବସାୟ ବଳରେ ସେ ସୃଷ୍ଟି କରିଛନ୍ତି ଏକ ନୂତନ ପରିଚୟ। ଦିନରାତି ଏକ୍ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାଙ୍କ ଉଦ୍ୟମ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛି।

- Advertisement -

ଜଣେ ଡାକ୍ତର ହେବାକୁ ଲକ୍ଷ ରଖିଥିବା ବରଜ ଡାକ୍ତରୀ ପାଠ ପଢି ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଇ ଦେବେ ବୋଲି କହିଛନ୍ତି। ସେପଟେ ମେଡିକାଲ ପାଠ ପଢା ପାଇଁ ତାଙ୍କ ପାଖରେ ଆର୍ଥିକ ସ୍ଥିତି ଦୃଢ ନାହିଁ। ଯଦି ସରକାରଙ୍କ ତରଫରୁ ସହଯୋଗ ଯୋଗାଇ ଦିଆଯାଏ, ନିଶ୍ଚୟ ମୋ ପୁଅ ଆମ ଜିଲ୍ଲା ପାଇଁ ନାଆଁ କରିବ ବୋଲି ବରଜଙ୍କ ମା’ କହିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୟୁଥ ଗ୍ରୁପର ସଭାପତି ସୁନୀଲ ଗନ୍ତାୟତ, ସମ୍ପାଦକ ପ୍ରତାପ ତ୍ରିପାଠୀ, ଅକ୍ଷୟ ପାତ୍ର, ବିଚିତ୍ର ବେହେରା, ବିଶ୍ଵଜିତ ଦାସ, ମହେଶ୍ୱର ପାଇଟଲ, ଜିତେନ୍ଦ୍ର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories