www.samajalive.in
Friday, December 12, 2025
16.1 C
Bhubaneswar

ଝାରସୁଗୁଡାରେ ଅଗଷ୍ଟ ୩୧ ଯାଏ ସପ୍ତାହିକ ସଟଡାଉନ କଟକଣା ବୃଦ୍ଧି

ଝାରସୁଗୁଡା ଜିଲ୍ଲାରେ ଲାଗୁ ହୋଇଥିବା ସପ୍ତାହିକ ଦୁଇ ଦିନିଆ ସଟଡାଉନ କଟକଣା ମିଆଦ ବୃଦ୍ଧି କରାଯାଇଛି। ଅଗଷ୍ଟ ୩୧ ଯାଏ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ବଢ଼ାଇ ଦିଆ ଯାଇଛି। ଜିଲାପାଳ ସରୋଜ କୁମାର ସାମଲ ଏ ସମ୍ବନ୍ଧରେ ବିଧିବଦ୍ଧ ଭାବରେ ନିର୍ଦେଶନାମା ଜାରି କରିଛନ୍ତି।

ଗୁରୁବାର ରାତିରେ ଜିଲ୍ଲାପାଳ ଜାରି କରିଥିବା ଆଦେଶ ଅନୁସାରେ ଜିଲ୍ଲାରେ ଲାଗୁ ରହିଥିବା ଶନିବାର ରବିବାର ସପ୍ତାହିକ ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ଚଳିତ ମାସ ୩୧ ତାରିଖଯାଏ ବୃଦ୍ଧି କରାଯାଇଛି। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଇଁ  କଟକଣା କୋହଳ କରାଯାଇଛି। ଅଗଷ୍ଟ ୧୫ ଶନିବାର ପଡ଼ୁଥିବାରୁ ସପ୍ତାହିକ କଟକଣା ଯୋଗୁଁ  ଉତ୍ସବ ପାଳନରେ ବାଧା ସୃଷ୍ଟି ହୋଇପାରେ ଏଣୁ ସମସ୍ତ ପ୍ରକାରର ସାବଧାନତା ପାଳନ ସହ କଟକଣାରେ ରହି ସ୍ୱାଧୀନତା ଦିବସ ସମାରୋହ ପାଳନ କରିବାକୁ କୁହାଯାଇଛି। ସେହିଦିନ ପାଇଁ ସକାଳ ୭ରୁ ଦିନ ୧୧ଟା ଯାଏ କଟକଣା କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ନିଜନିଜ ପ୍ରତିଷ୍ଠାନ ବିଭିନ୍ନ ସଂସ୍ଥାକୁ ଯାଉଥିବା ଲୋକମାନଙ୍କୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ଏଥିରେ ଯୋଗ ଦେବାପାଇଁ କଟକଣାକୁ କୋହଳ କରାଯାଇଛି।

- Advertisement -

ସେହିପରି ଚଳିତ ମାସ ୨୨ ତାରିଖରେ ଗଣେଶ ପୂଜା ଓ ୨୩ ତାରିଖରେ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଏହି ଦୁଇ ଦିନ ମଧ୍ୟ ସପ୍ତାହିକ ସଟଡାଉନରେ ହିଁ ପଡୁଛି। ଏଣୁ ଏହାକୁ କୋହଳ କରାଯାଇଛି। ୨୨ ତାରିଖରେ ଲୋକେ ନିଜନିଜ ଘରେ ରହି ଗଣେଶ ପୂଜା କରିବା ସହ ନୂଆଖାଇ ପର୍ବ ପାଳନ ପାଇଁ କିଣାକିଣି କରିବେ ଏଣୁ ୨୨ତାରିଖରେ ସକାଳ ୭ଟା ରୁ ଅପରାହ୍ଣ ୫ଟା ଯାଏ ବଜାର ଖୋଲା ରହିବ। ନୂଆଖାଇ ପର୍ବ ପାଳନ ପାଇଁ ୨୩ ତାରିଖରେ ସକାଳ ୭ରୁ ଅପରାହ୍ଣ ୧ଟା ଯାଏ କଟକଣା କୋହଳ କରାଯାଇଛି ବୋଲି କୁହାଯାଇଛି।

ଏହି ତିନି ଦିନ ସ୍ଵାଧୀନତା ଦିବସ ପାଳନ, ଗଣେଶ ପୂଜା ସାଙ୍ଗକୁ ନୂଆଖାଇ ପାଳନ ପାଇଁ  କଟକଣା କୋହଳ କରାଯାଇଥିବାରୁ ଜିଲ୍ଳାବାସୀ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories