www.samajalive.in
Friday, December 12, 2025
15.1 C
Bhubaneswar

ବଦଳିବ ଗ୍ରାଚ୍ୟୁଇଟି ନିୟମ : ବର୍ଷେ ଚାକିରି କଲେ ବି ମିଳିବ ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ : ଚାକିରିଆମାନଙ୍କ ପାଇଁ ଭଲ ଖବର । କାରଣ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଚାକିରିଆମାନଙ୍କ ଲାଗି ଉର୍ଦ୍ଧିଷ୍ଟ ଗ୍ରାଚ୍ୟୁଇଟି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି । ଏଣିକି ଜଣେ କର୍ମଚାରୀ ଏକ ବର୍ଷ ଚାକିରି କଲେ ମଧ୍ୟ ସେ ଗ୍ରାଚ୍ୟୁଇଟି ପାଇବାକୁ ହକ୍‌ଦାର ହେବେ । ପୂର୍ବରୁ ଜଣେ କର୍ମଚାରୀ ଗ୍ରାଚ୍ୟୁଇଟି ପାଇବା ନିମନ୍ତେ ଉର୍ଦ୍ଧିଷ୍ଟ ଥିବା ଧାର୍ଯ୍ୟ ଚାକିରି ସମୟସୀମାରେ ସରକାର କେତେକ ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି । ଏ କ୍ଷେତ୍ରରେ ପୂର୍ବରୁ ରହିଥିବା ୫ବର୍ଷ ଚାକିରି ସମୟସୀମାରେ ସରକାର ହ୍ରାସ ଘଟାଇ ତାହାକୁ ଏକରୁ ତିନି ବର୍ଷ କରିବା ସମ୍ଭାବନା ରହିଛି । ଏହାଫଳରେ ଏକ ବର୍ଷରୁ ତିନି ବର୍ଷ ମଧ୍ୟରେ ଚାକିରି କ୍ଷେତ୍ରରେ ଜଣେ କର୍ମଚାରୀ ନିଯୁକ୍ତିଦାତାଙ୍କଠାରୁ ଗ୍ରାଚ୍ୟୁଇଟି ପାଇପାରିବେ ।

ବର୍ତ୍ତମାନ ପ୍ରଚଳିତ ନିୟମାନୁଯାୟୀ ଗ୍ରାଚ୍ୟୁଇଟି ପ୍ରଦାନ ଆଇନ ୧୯୭୨ ଅନୁସାରେ ଜ​‌ଣେ କର୍ମଚାରୀ ଗ୍ରାଚ୍ୟୁଇଟି ପାଇବାକୁ ହେଲେ ଅତିକମ୍‌ରେ ୫ବର୍ଷରୁ ଅଧିକ ସମୟରେ ଗୋଟିଏ ପ୍ରତିଷ୍ଠାନରେ ଚାକିରି କରିଥିବା ଆବଶ୍ୟକ ।‌ ସାଧାରଣତଃ ଜଣେ କର୍ମଚାରୀଙ୍କ ୧୫ ଦିନର ବେତନକୁ ସେ ଚାକିରି କରିଥିବା ସମ୍ପୂର୍ଣ୍ଣ ବର୍ଷ ସହ ଗୁଣନ କଲେ ଯାହା ହେବ ସେହି ହିସାବରେ ଗ୍ରାଚ୍ୟୁଇଟି ପ୍ରଦାନ କରାଯାଇଥାଏ । ନିକଟରେ ଶ୍ରମ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏକ ରିପୋର୍ଟ ଉପସ୍ଥାପନ କରିଛି । ଯେଉଁଥିରେ, ଗ୍ରାଚ୍ୟୁଇଟି ପାଇବା ପାଇଁ ଜଣେ କର୍ମଚାରୀଙ୍କ ଚାକିରି ସମୟସୀମାକୁ ୫ବର୍ଷରୁ ଏକ ବର୍ଷକୁ ହ୍ରାସ ଘଟଇବାକୁ ସରକାରଙ୍କୁ ସୁପାରିସ କରିଥିବା ଜଣାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories