www.samajalive.in
Friday, December 12, 2025
15.1 C
Bhubaneswar

ବିପୁଳ ପରିମାଣର ଦେଶୀ ମଦ,ମହୁଲ ପୋଚ ମଦ ରନ୍ଧା ସରଞ୍ଜାମ ଜବତ : ୫ ଗିରଫ

ଦେବଗଡ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ , ରିଆମାଳ ଓ ବାରକୋଟ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଡାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ,ମହୁଲ ପୋଚ ମଦ ରନ୍ଧା ସରଞ୍ଜାମ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ କାରବାର ହେଉଥିବା କୌଣସି ସୂତ୍ରରୂ ସୂଚନା ପାଇ ଦେବଗଡ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ ଓ ଅବକାରୀ ନିରୀକ୍ଷକ ରମେନ୍ଦ୍ର ନାରାୟଣ ନାୟକ ତତ୍ୱାବଧାନରେ ଆଜି ପୂର୍ବାହ୍ନରେ ଦେବଗଡ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନ, ସବ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ସଦଳବଳେ ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମ ଜଙ୍ଗଲରେ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରୁ ମଦ ରାନ୍ଧିବା ପାଇଁ ପ୍ରସ୍ତୁତ କରାଯାଇଥିବା ୪୨୦କିଲୋ ମହୁଲ ପୋଚ ଓ ବହୁ ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଥିଲା।

ଅନୁରୂପ ଭାବେ ଦେବଗଡ ଥାନାଂଚଳର ମୋହିନୀପୁର ଗ୍ରାମରେ ଚଢାଉ କରାଯାଇ ୭ଲିଟର ଦେଶୀ ମଦ ଜବତ କରାଯିବା ସହ ବେଆଇନ ମଦ କାରବାର ଅଭିଯୋଗରେ ଉକ୍ତ ଗ୍ରାମର କ୍ଷୀରୋଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଦଳ ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବିର ଗ୍ରାମର ଇନ୍ଦ୍ର ବେହେରାଙ୍କ ଘରେ ଚଢାଉ କରି ୧୧ ଲିଟର ଦେଶୀ ମଦ ଜବତ କରିବାସହ ତାଙ୍କୁ ଗିରଫ କରିଥିଲେ। ଅନୁରୂପ ଭାବେ ଉକ୍ତ ଥାନାଂଚଳର ତଲେଇସର ଗ୍ରାମର ଗୌରୀ କିସାନଙ୍କ ଘରୁ ୪୦ କିଲୋ ମହୁଲ ପୋଚ ଓ ୩ ଲିଟର ଦେଶୀ ମଦ ଜବତ କରି ଗୌରୀଙ୍କୁ ଗିରଫ କରିଥିଲେ। ଏ ଥିସହ ବ୍ରାହ୍ମଣୀପାଲି ଗ୍ରାମ ଜଙ୍ଗଲ ମଧ୍ୟରେ ଚଢାଉ କରି ୪୦୦ କିଲୋ ମହୁଲ ପୋଚ ଓ ୨୫ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ। ଅନ୍ୟପକ୍ଷରେ ବାରକୋଟ ଅବକାରୀ ସବ ଇନ୍ସପେକ୍ଟର ପ୍ରଦ୍ୟୂମ୍ନ ସାହୁଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ ଥାନା ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମରେ ଚଢାଉ କରି ଉକ୍ତ ଗ୍ରାମର ଯାଜ୍ଞସେନୀ ପ୍ରଧାନଙ୍କ ଘରେ ଚଢାଉ କରି ୨୦୦ କିଲୋ ମହୁଲ ପୋଚ ଜବତ କରିବାସହ ଯାଜ୍ଞସେନୀଙ୍କୁ ଗିରଫ କରିଥିଲେ। ଗୁରୁସଙ୍ଗ ଗ୍ରାମର ମୁନା ରଣାଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ଦେଶୀ ମଦ ଜବତ କରି ମୁନାଙ୍କୁ ଗିରଫ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories